ଟିକ୍‌ଟକ୍‌ରେ ଐଶ୍ବର୍ଯ୍ୟା!

କେବେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଲୁକ୍‌ ତ’ ପୁଣି କେବେ ‘ଯୋଦ୍ଧା ଆକ୍‌ବର୍‌’ ଚଳଚ୍ଚିତ୍ରର ଯୋଦ୍ଧାଙ୍କ ଲୁକ୍‌ରେ ଟିକ୍‌ଟକ୍‌ରେ ସେନ୍‌ସେସନ୍‌ ପାଲଟିଛନ୍ତି ମାନ୍‌ସୀ ନାୟକ। ଐଶ୍ବର୍ଯ୍ୟାଙ୍କ ସୌନ୍ଦର୍ଯ୍ୟକୁ ଅଦ୍ବିତୀୟ ବୋଲି କୁହାଯାଉଥିବା ବେଳେ ଠିକ୍‌ ତାଙ୍କ ଭଳି ଦେଖାଯାଉଥିବା ମାନ୍‌ସୀ, ତାଙ୍କର ବିଭିନ୍ନ ଚଳଚ୍ଚିତ୍ରର ବେଶପୋଷାକ ପରିଧାନ କରି ଟିକ୍‌ଟକ୍‌ ଭିଡିଓ କରି ସେୟାର୍‌ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବି ସେ ଐଶ୍‌ଙ୍କ ଭଳି ପୋଷାକ ପିନ୍ଧି ବିଭିନ୍ନ ପୋଜ୍‌ରେ ଫଟୋ ଛାଡ଼ି ପ୍ରଶଂସକଙ୍କ ମନ ଜିଣୁଛନ୍ତି। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୯ ଲକ୍ଷ ୪୩ ହଜାର ଫଲୋୟର୍‌ ରହିଥିବା ବେଳେ ଟିକ୍‌ଟକ୍‌ରେ ୪ ମିଲିୟନ୍‌ ଫଲୋୟର୍‌ ଅଛନ୍ତି। ମାନ୍‌ସୀ ୨୦୧୨ରେ ଆସିଥିବା ମରାଠୀ ଚଳଚ୍ଚିତ୍ର ‘କୁଟୁମ୍ବ୍‌’ରେ ମଧ୍ୟ ଅଭିନୟ କରିସାରିଛନ୍ତି।

ସମ୍ବନ୍ଧିତ ଖବର