୮ବର୍ଷ ପରେ ପରଦା ଉପରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି ଅଭିଷେକ-ଐଶ୍ୱର୍ଯ୍ୟା, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏକା ସାଙ୍ଗରେ ପରଦା ଉପରେ ୨୦୧୦ମସିହାରେ ଦର୍ଶକେ ଦେଖିବାକୁ ପାଇଥିଲେ । ଅସଲ ଜୀବନରେ ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଥିଲେ ମଧ୍ୟ ୨୦୧୦ ପରଠାରୁ ଦୁହିଁଙ୍କର ଏକା ସାଙ୍ଗରେ କୌଣସି ଫିଲ୍ମ ଆସି ନଥିଲା । ଏହା ସହ ଏହି ଦୁଇ କଳାକାର କିଛି ଦିନ ପାଇଁ ଲାଇମ୍‌ଲାଇଟ୍‌ରୁ ନିଜକୁ ଦୂରେଇ ରଖିଥିଲେ ।

DNA India

ଏବେ ଐଶ୍ୱର୍ଯ୍ୟା ଫିଲ୍ମ ‘ଫନ୍ନେ ଖାନ୍‌’ ମାଧ୍ୟମରେ ପରଦାକୁ ଫେରିଥିବା ବେଳେ ଖୁବ୍‌ ଶୀଘ୍ର ପରଦା ଉପରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ନିଜର ଯାଦୁ ଚଳାଇବେ ବୋଲି ଜଣା ପଡ଼ିଛି । ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଦୁହେଁ ଫିଲ୍ମ ‘ଗୁଲାବ୍‌ ଜାମୁନ୍‌’ ଜରିଆରେ ପରଦା ଉପରେ ଅଭିନୟର ଯାଦୁ ପୁଣି ଥରେ ଚଳାଇବେ ବୋଲି ଜଣା ପଡ଼ିଛି । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅନୁରାଗ କଶ୍ୟପ ଥିବା ବେଳେ ଏହାର ନିର୍ଦ୍ଦେଶକ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଏ ପର୍ଯ୍ୟନ୍ତ ଏକା ସାଙ୍ଗରେ ୮ଟି ଫିଲ୍ମରେ ନଜର ଆସି ସାରିଥିବା ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କର ଏହା ନବମ ଫିଲ୍ମ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର