ମୁମ୍ବାଇ: ଦେଶର ସବୁଠାରୁ ପ୍ରତିଭାଶାଳୀ, ଗ୍ଲାମରସ୍ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନ୍ୟତମ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଐଶ୍ୱର୍ଯ୍ୟା; ମଧୁବାଲା, ୱାହିଦା ରେହମାନ, ନୂତନ୍ ଏବଂ ହେମା ମାଳିନୀଙ୍କ ପରି କିମ୍ବଦନ୍ତୀ ମାନ୍ୟତା ହାସଲ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉଜ୍ଜ୍ୱଳ କ୍ୟାରିଅର୍ ୧୯୯୪ରେ ମିସ୍ ୱାର୍ଲ୍ଡ ହେବା ସହିତ ଆରମ୍ଭ ହୋଇଥିଲା | ଏହା ପରେ ସେ ୧୯୯୭ରେ ମଣି ରତ୍ନମଙ୍କ ତାମିଲ ଚଳଚ୍ଚିତ୍ର 'ଇରୁବର୍' ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ | ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ସେ ଆଜି ଜଣେ ସୁପରଷ୍ଟାର ପାଲଟିଛନ୍ତି।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ଏହି ଅଭିନେତ୍ରୀ ଦେଶର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଯଦି ଆମେ ତାଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମୋଟ ୭୭୬କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ସେ ଗୋଟାଏ ଫିଲ୍ମ ପାଇଁ ୧୦ରୁ ୧୨କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। ଐଶ୍ୱର୍ଯ୍ୟା ମୁମ୍ବାଇରେ ରୁହନ୍ତି । କିନ୍ତୁ ଦୁବାଇର ଜୁମେରାହ ଗଲ୍ଫ ଇଷ୍ଟେଟରେ ତାଙ୍କର ୧୫କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଘର ଅଛି। ଏହା ସହ ମୁମ୍ବାଇର ବାନ୍ଦ୍ରାଠାରେ ଏକ ବିଳାସପୂର୍ଣ୍ଣ ୫ବିଏଚକେ ବଙ୍ଗଳା ଅଛି, ଯାହାକୁ ସେ ପ୍ରାୟ ୨୧କୋଟି ଟଙ୍କାରେ କିଣିଛନ୍ତି | ତାଙ୍କ ବଙ୍ଗଳା ୫,୫୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ବ୍ୟାପିଛି |
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପାଖରେ ରୋଲ୍ସ-ରୋଏସ୍ ଘୋଷ୍ଟ(୬.୯୫ କୋଟି ଟଙ୍କା), ଅଡି ଏ୮ଏଲ (୧.୩୪ କୋଟି ଟଙ୍କା), ମର୍ସିଡିଜ୍-ବେଞ୍ଜ୍ ଏସ୍୫୦୦ (୧.୯୮ କୋଟି), ମର୍ସିଡିଜ୍-ବେଞ୍ଜ୍ ଏସ୩୫୦ କୁପେ (୧.୬୦ କୋଟି) ଏବଂ ୨.୮୪କୋଟିର ଲେକ୍ସସ୍ ଏଲଏକ୍ସ ୫୭୦ ଭଳି ବିଳାସପୂର୍ଣ୍ଣ କାରର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/16/YeFdv1WtAbv4wJJhtV72.jpg)