ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଦେଶ ଏବଂ ବିଶ୍ୱରେ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି।
ଐଶ୍ୱର୍ଯ୍ୟା ରାୟ ସମ୍ପ୍ରତି ପ୍ୟାରିସ୍ ଲୋରିଏଲ୍ ଫ୍ୟାସନ୍ ସପ୍ତାହ ୨୦୨୫ରେ ଯୋଗ ଦେଇଥିଲେ। ଅଭିନେତ୍ରୀ କିଛିଦିନ ହେବ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି। ପ୍ୟାରିସ୍ ଲୋରିଏଲ୍ ଫ୍ୟାସନ୍ ସପ୍ତାହ ୨୦୨୫ ରେ ଐଶ୍ୱର୍ଯ୍ୟା ରାମ୍ପ ୱାକ୍ ସମୟରେ ଏକ କଳାରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହି ପୋଷାକଟି ବେଶ ଚର୍ଚ୍ଚାର ପରିସରରେ ରହିଛି। ଏହାର ସ୍ବତନ୍ତ୍ରତା ହେଉଛି ଏଥିରେ ମୂଲ୍ୟବାନ ହୀରାଖଞ୍ଜା ଯାଇଛି।
ଐଶ୍ୱର୍ଯ୍ୟାଙ୍କ ଏହି ପୋଷାକ ଲୋକପ୍ରିୟ ବଲିଉଡ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । କଳାରଙ୍ଗର ପୋଷାକ ସହିତ ହୀରାଖଞ୍ଜିତ ପୋଷାକ ପିନ୍ଧା ଫଟୋକୁ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ବେଶ ଭଲପାଇବା ଦେବା ସହିତ ନିଜନିଜ ଆକାଉଣ୍ଟରେ ବହୁମାତ୍ରାରେ ସେୟାର ବି କରୁଛନ୍ତି।