ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛି ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କାର୍‌। ବୁଧବାର ଦିନ ମୁମ୍ବାଇର ଜୁହୁ ଉପନଗରରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଳାସମୟ ଗାଡ଼ି ସହ ଏକ ବସ୍‌ ଧକ୍କା ହୋଇଥିବା ଜାଣିବାକୁ ମିଳିଛି।  ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି।

Advertisment

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବ୍ରିହନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ (ବିଇଏସ୍‌ଟି) ଉପକ୍ରମର ସର୍ବବ୍ୟାପୀ ଲାଲ ବସ୍ ପଛରେ ଥିବା କାର ଦେଖାଯାଉଛି।

ସୂତ୍ର ପଛରୁ ବସ୍ ଧକ୍କା ଦେବା ସମୟ‌ରେ ଐଶ୍ବର୍ଯ୍ୟା କାର୍‌ ଭିତରେ ନଥିଲେ। ଭିଡିଓରେ ଦେଖାଯାଉଛି ଯେ ବସ୍ ଧକ୍କା ଯୋଗୁ କୌଣସି ବଡ଼ କ୍ଷତି ହୋଇ ନଥିଲା। ବସ୍‌ଟି କିଛି ସମୟ ପରେ ଦ୍ରୁତ ଗତିରେ ଚାଲିଯାଇଥିଲା।

ଦୁର୍ଘଟଣା ପରେ, ଜୁହୁ ତାରା ରୋଡ୍ ସ୍ଥିତ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବାସଭବନ ନିକଟରେ ଥିବା ଏକ ବଙ୍ଗଳାରୁ ଜଣେ ବାଉନ୍ସର (ଏକ ପ୍ରକାରର ସୁରକ୍ଷା କର୍ମୀ) ବାହାରି ଆସି ବସ୍ ଡ୍ରାଇଭରଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ବସ୍‌ଟି ଜୁହୁ ଡିପୋରୁ ବାହାରି ଅମିତାଭ ବଚ୍ଚନଙ୍କ ବାସଭବନ ନିକଟରେ ପହଞ୍ଚିବା ମାତ୍ରେ ଏହା କାରକୁ ଧକ୍କା ଦେଇଥିଲା।

"ବସ୍‌ ଡ୍ରାଇଭର ଗାଡ଼ି ଦ୍ୱାରା ହୋଇଥିବା କ୍ଷତି ଦେଖିବା ପାଇଁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ, ନିକଟସ୍ଥ ଏକ ବଙ୍ଗଳାରୁ ଜଣେ ବାଉନ୍ସର ବାହାରି ଆସି ଡ୍ରାଇଭରଙ୍କୁ ଚାପୁଡ଼ା ମାରିଥିଲେ," ବୋଲି ସେ କହିଛନ୍ତି।