ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଚ୍ଚନ ପରିବାର । କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି । କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି । ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଏଭଳି ସମୟରେ ଏବେ ଐଶ୍ବର୍ଯ୍ୟ‌ା ଏକ ଆୱାର୍ଡ ସୋ’ରେ କେବଳ ନିଜ ଝିଅକୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି ।

Advertisment

ଐଶ୍ବର୍ଯ୍ୟା ଝିଅ ଆରାଧ୍ୟାକୁ ନେଇ ସିମା ପୁରସ୍କାରରେ ଯୋଗ ଦେବାକୁ ଦୁବାଇ ଯାଇଥିବା ବେଳେ ସେଠାରେ ତାଙ୍କୁ ଫିଲ୍ମ ପୋନିୟିନ ସେଲଭନ: ୨ ପାଇଁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ଗ୍ରହଣ କରିବା ପରେ ସେ କହିଥିଲେ ଯେ, "ମୋ ସହିତ ଏଠାରେ ଥିବାରୁ ଆରାଧ୍ୟାଙ୍କୁ ଧନ୍ୟବାଦ | ମୁଁ ବହୁତ ତୁମକୁ ଭଲ ପାଏ। ଆଜି ଭଳି ଦିନରେ ତୁମେ ମୋ ସହ ଏଠାରେ ରହି ଏହାକୁ ଅତ୍ୟନ୍ତ ସ୍ୱତନ୍ତ୍ର କରିଛ। ଧନ୍ୟବାଦ ସୀମା। "