ନୂଆଦିଲ୍ଲୀ: ବୁଧବାର ହୋଇଥିବା କାନ୍ସ ରେଡ୍ କାର୍ପେଟରେ ନୀଳ ନୟନା ଐଶ୍ବର୍ଯ୍ୟା ରାୟ ତାଙ୍କ ସିନ୍ଥିରେ ସିନ୍ଥିଏ ସିନ୍ଦୂର ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେ ୨୧ ତାରିଖରେ ଐଶ୍ବର୍ଯ୍ୟାଙ୍କୁ ପାରମ୍ପରିକ ଭାରତୀୟ ଶାଢ଼ିରେ ଦେଖିବାକୁ ମିଳିଥିଲା।
ତେବେ କାନ୍ସର ଦ୍ବିତୀୟ ଦିନରେ ବି ଲୋକଙ୍କ ଧ୍ୟାନ ନିଜର ଆଡକୁ ନେଇଥିଲେ ନୀଳନୟନା ଐଶ୍ବର୍ଯ୍ୟା। ସେ ଦ୍ବିତୀୟ ଦିନ ଏକ ସୁନ୍ଦର କଳା ଗାଉନ୍ ପିନ୍ଧିଥିବା ବେଳେ ଅଫ୍-ହ୍ବାଇଟ୍ ରଂଗର ଏକ ଜ୍ୟାକେଟ୍ ପିନ୍ଧିଥିଲେ। ତାଙ୍କ ଜ୍ୟାକେଟ୍ରେ ସଂସ୍କୃତରେ ଶ୍ଳୋକ ଲେଖା ଯାଇଥିବାର ଦେଖିବାକୁ ମିଳିଛି। ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟଙ୍କୁ ବି କଳା ରଂଗର ପୋଷାକରେ ଦେଖିବାକୁ ମିଳିଛି। ଐଶ୍ବର୍ଯ୍ୟାଙ୍କ ଗାଉନ୍ଟି ହାତବୁଣା ହୋଇଥିବା ବେଳେ ତାଙ୍କ ସିମ୍ପ୍ଲ ମେକ୍-ଅପ୍ରେ ସଭିଁଏ ଦିୱାନା ହୋଇଛନ୍ତି।
ପ୍ରଥମ ଦିନ ପ୍ରସିଦ୍ଧ ଭାରତୀୟ ପୋଷାକ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଡିଜାଇନ୍ର ଶାଢ଼ି ପିନ୍ଧି ବେଶ୍ ଆକର୍ଷଣୀୟ ଦିଶୁଥିଲେ ଐଶ୍ବର୍ଯ୍ୟା।
ହାତବୁଣା ପୋଷାକ ସହ ଧଳା ଟିସୁ ହାତବୁଣା ଦୁପଟ୍ଟା ପକାଇଥିଲେ ଐଶ୍ବର୍ଯ୍ୟା। ଐଶ୍ୱର୍ଯ୍ୟାଙ୍କ ବହୁ-ପ୍ରତୀକ୍ଷିତ କାନ୍ସ ୨୦୨୫ ରେଡ କାର୍ପେଟ୍ ଲୁକ୍ ସଭିଙ୍କୁ ବେଶ୍ ପସନ୍ଦ ଆସିଛି।
ତାଙ୍କ ମଥାର ସିନ୍ଦୂର ‘ଅପରେସନ୍ ସିନ୍ଦୂର’କୁ ସମର୍ଥନ ଜଣାଇବା ସହ ଦୀର୍ଘ ଦିନ ଧରି ଚାଲିଥିବା ତାଙ୍କ ଛାଡ଼ପତ୍ର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।