ମୁମ୍ବାଇ: ଦୀପାବଳି ବଚ୍ଚନ ପରିବାରରେ ବହୁତ ଧୁମଧାମରେ ପାଳନ କରାଯାଏ। ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁରା ପରିବାର ସହିତ ଏକାଠି ହୋଇ ଏହି ଦିନ ପୂଜା କରନ୍ତି। କିନ୍ତୁ ଏଥର ତାହା ହୋଇନାହିଁ। ଦୀପାବଳି ଦିନ ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନ ପୂଜାରେ ସାମିଲ ନହୋଇ ବାହାରକୁ ଯାଇଥିବା ଜଣାପଡ଼ିଛି। ପୂଜାର କିଛି ସମୟ ପୂର୍ବରୁ ଦୁହିଁଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

Advertisment

ଏବେ ବିମାନବନ୍ଦରରୁ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବଚ୍ଚନ ପରିବାରର ଦୀପାବଳି ପୂଜାର କିଛି ଘଣ୍ଟା ପୂର୍ବରୁ ଉଭୟ କୁଆଡେ ଗଲେ ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କୁଆଡେ ଯାଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

View this post on Instagram

A post shared by yogen shah (@yogenshah_s)

ଭାଇରାଲ ହେଉଥିବା ଭିଡିଓରେ ଐଶ୍ୱର୍ଯ୍ୟା କଳା ସ୍ବେଟସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଆରାଧ୍ୟା ଲାଲ ରଙ୍ଗର କୋ-ଅର୍ଡ ସେଟ୍ ପିନ୍ଧିଥିଲେ। ଦୁହେଁ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ପାଇଁ ପୋଜ୍ ଦେଇନଥିଲେ ବି କେବଳ ହସି ଦେଇ ଭିତରକୁ ଚାଲିଯାଇଥିଲେ।