ପୁଣି ଥରେ ଝିଅ ଓଠରେ ଚୁମ୍ବନ ଦେଇ ଟ୍ରୋଲ ହେଲେ ଐଶ୍ବର୍ଯ୍ୟା

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ୧୧ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଝିଅ ଜନ୍ମଦିନ ଅବସରରେ ଐଶ୍ୱର୍ଯ୍ୟା ରାୟ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଛି।

ଐଶ୍ବର୍ଯ୍ୟା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ଆରାଧ୍ୟାଙ୍କ ସହ ଲିପ୍ ଲକ୍ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି। ଯାହାକି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଦୌ ପସନ୍ଦ ଆସିନାହିଁ। ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଐଶ୍ବର୍ଯ୍ୟା ରାୟଙ୍କୁ ସମର୍ଥନ କରୁଛନ୍ତି।

 

ଐଶ୍ବର୍ଯ୍ୟା ଫଟୋ ସେୟାର କରି ଲେଖିଛନ୍ତି – ମୋର ପ୍ରେମ, ମୋ ଜୀବନ, ମୁଁ ତୁମକୁ ବହୁତ ଭଲ ପାଏ … ମୋର ଆରାଧ୍ୟା । ଐଶ୍ବର୍ଯ୍ୟାଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

କେହି କେହି କହୁଛନ୍ତି ଝିଅ ସହିତ ଲିପଲକ କରିବା ଆମର ସଂସ୍କୃତି ନୁହେଁ। ଜଣେ ଲେଖିଛନ୍ତି – ଠିକ୍ ଅଛି  ଆପଣ ତାଙ୍କୁ ଭଲ ପାଆନ୍ତି କିନ୍ତୁ ଏହିପରି ଫଟୋ ସେୟାର କରାଯିବା ଉଚିତ୍ ନୁହେଁ। ଏହି ଫଟୋକୁ ନେଇ ଐଶ୍ବର୍ଯ୍ୟାଙ୍କୁ ଟ୍ରୋଲ ଶିକାର ହେବାକୁ ପଡ଼ିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି ଝିଅ ପାଇଁ ଐଶ୍ବର୍ଯ୍ୟାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା।

ସୋସିଆଲ ମିଡିଆରେ ଏମିତି ବି କିଛି ଲୋକ ଆଗକୁ ଆସିଛନ୍ତି ଯେଉଁମାନେ ଐଶ୍ବର୍ଯ୍ୟାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଜବାବ ଦେଇ କହୁଛନ୍ତି, ଏମିତି ଲଜ୍ଜାଜନକ ମନ୍ତବ୍ୟ ଦେବା ପୂର୍ବରୁ ଥରେ ଭାବି ଦେଖନ୍ତୁ, ଆପଣଙ୍କ ଘରେ ବି ମା ଏବଂ ଭଉଣୀ ଅଛନ୍ତି ।

ସମ୍ବନ୍ଧିତ ଖବର