ମୁମ୍ବାଇ: ଅକ୍ଟୋବର ୧୧ରେ ରିଲିଜ୍ ହେବ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ବେଦାଙ୍ଗ ରାଇନାଙ୍କ ଅଭିନୀତ ଫିଲ୍ମ ଜିଗରା। ଏହି ଫିଲ୍ମରେ ଅଭିନୟ କରିବା ସହ ବଲିଉଡ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କ ସହିତ ମିଶି ଫିଲ୍ମର ପ୍ରଯୋଜନା କରିଛନ୍ତି ଆଲିଆ। ତେବେ ଗୋଟାଏ ପରେ ଗୋଟାଏ ସଫଳତା ପାଉଥିବା ଆଲିଆଙ୍କୁ ନେଇ ବଲିଉଡ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ କ’ଣ ଭାବନ୍ତି, ତାହା ଏବେ ସାମ୍ନାକୁ ଆସିଛି।
ଐଶ୍ୱର୍ଯ୍ୟା କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ସମର୍ଥନ ହେତୁ ଆଲିଆ ଭଟ୍ଟ କେବଳ ଭଲ ସୁଯୋଗ ଏବଂ ଫିଲ୍ମ ପାଉଛନ୍ତି। ସେ ଆଲିଆଙ୍କୁ ତାଙ୍କ ଅଭିନୟ ପାଇଁ ପ୍ରଶଂସା କରିବା ସହ ଅଭିନେତ୍ରୀ ବିଭିନ୍ନ ଚଳଚ୍ଚିତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା କହିଛନ୍ତି। ତାଙ୍କ କହିବା ମୁତାବକ, “ମୁଁ ତାଙ୍କୁ (ଆଲିଆ ଭଟ୍ଟ) ମଧ୍ୟ ଏହା କହିଛି । ଏହା ତାଙ୍କ ପାଇଁ ବହୁତ ଭଲ। କରଣ ତାଙ୍କୁ ଆରମ୍ଭରୁ ଯେଉଁ ପ୍ରକାରର ସମର୍ଥନ ଦେଇଛନ୍ତି, ସେଥିପାଇଁ ସେ ସହଜରେ ଏତେ ସଫଳ ହୋଇଛନ୍ତି। କରଣଙ୍କ ସମର୍ଥନ ପାଇଁ ଆଲିଆଙ୍କୁ କେବଳ ଭଲ ଫିଲ୍ମରେ ହିଁ ସୁଯୋଗ ମିଳିବାରୁ ସେ ନିଜର ଦକ୍ଷତା ଦେଖାଇପାରିଛନ୍ତି। ଏହା ବି ସତ ଯେ, ଆଲିଆ ଜଣେ ଭଲ ଅଭିନେତ୍ରୀ।"
ଏଭଳି ବୟାନ ଐଶ୍ବର୍ଯ୍ୟା ୨୦୧୮ରେ ଦେଇଥିଲେ। ଫିଲ୍ମ ଫନେ ଖାନର ପ୍ରଚାର ସମୟରେ ସେ ଆଲିଆଙ୍କୁ ନେଇ ଏଭଳି ବୟାନ ଦେଇଥିଲେ ଐଶ୍ବର୍ଯ୍ୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/IYm92a58l4cbhML4aZxr.jpg)