ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ନେଇ ପ୍ରଥମେ ଅଭିନେତା ରିତିକ୍ ରୋଶନ କ’ଣ ଭାବୁଥିଲେ ତାହା ସାମ୍ନାକୁ ଆସିଛି । ଦୁହେଁ ସାଥୀରେ ଧୁମ୍-୨, ଗୁଜାରିଶ ଏବଂ ଜୋଧା ଆକ୍ବର ଭଳି ହିଟ୍ ଫିଲ୍ମ କରିଥିବା ବେଳେ ରିତିକ୍ ଐଶ୍ୱର୍ଯ୍ୟାଙ୍କୁ ନେଇ ଏଭଳି ଭାବିବା ପ୍ରଥମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ପରେ ରିତିକ୍ ତାଙ୍କର ଏଭଳି ଭାବିବା ପଛର କାରଣ ଜଣାଇଥିଲେ ।
/sambad/media/post_attachments/wp-content/uploads/2019/05/xhrithik-roshan-misjudged-aishwarya-rai-bachchan-thought-she-is-a-pretty-face-with-no-talent-1517161057.jpg.pagespeed.ic_.gYLLljj_3i-300x225.jpg)
ତାଙ୍କ କହିବା ଅନୁଯାୟୀ, ଐଶ୍ୱର୍ଯ୍ୟାଙ୍କ ସହ ଫିଲ୍ମ କରିବା ପୂର୍ବରୁ ମୁଁ ତାଙ୍କୁ କେବଳ ସୁନ୍ଦର ବୋଲି ଭାବୁଥିଲି । ବୁଦ୍ଧି ଥିବ ବୋଲି ମୋର ଆଦୌ ଧାରଣା ନଥିଲା । କିନ୍ତୁ ଧୁମ୍-୨ର ସେଟ୍ରେ ତାଙ୍କର କାମ କରିବାର ଶୈଳୀକୁ ଦେଖି ସେ ସର୍ବଗୁଣ ସଂପର୍ଣ୍ଣା ବୋଲି ମୁଁ ଜାଣି ଯାଇଥିଲି । ତାଙ୍କ ସହ କାମ କରିବା ପରେ ସେ ସୁନ୍ଦର ସହ ବୁଦ୍ଧିମାନ ବୋଲି ମୁଁ ଜାଣି ଯାଇଥିଲି । ପ୍ରଥମେ କାମ ନ କରି ମୋର ଏଭଳି ଭାବିବା ବୋକାମୀ ଥିଲା ବୋଲି ରିତିକ୍ କହିଛନ୍ତି ।