ଐଶ୍ୱର୍ଯ୍ୟାଙ୍କ ଗୁପ୍ତ କଥା ପ୍ରଘଟ କଲେ କ୍ଲାସ୍‌ମେଟ୍‌; ବ୍ୟାକ୍‌ବେଞ୍ଚର ହେଇ ବି ଫିଜିକ୍ସ ଲେକ୍ଟରଙ୍କୁ ଇମ୍ପ୍ରେସ୍‌ କରାଇବାକୁ ସାମ୍ନାରେ ବସୁଥିଲେ, ଜାଣନ୍ତୁ ଏପରି ଆହୁରି ଅନେକ କଥା

ମୁମ୍ବାଇ: ‘କଜରାରେ କଜରାରେ…’, ‘ଡୋଲାରେ ଡୋଲା…’, ‘ତାଲ୍‌ସେ ତାଲ୍‌…’, ‘କ୍ରେଜି କିୟାରେ…’। ଏହି ଗୀତ ସବୁ ପଢ଼ିବା ପରେ ଆପଣଙ୍କ ମନରେ ଏବେ କାହାର ଛବି ନାଚି ଯାଉଛି? ଆଜ୍ଞା ହଁ, ଆମେ ଇଣ୍ଟ୍ରଡ୍ୟୁସ୍‌ କରାଉଛୁ ପୂର୍ବତନ ମିସ୍‌ ଓ୍ଵାର୍ଲଡ୍‌ ନୀଳନୟାନା ଐଶ୍ୱର୍ଯ୍ୟା ରାୟଙ୍କ ସହ। ଐଶ୍ୱର୍ଯ୍ୟା ରାୟ ଥିବା ବେଳେ ତ ସେ ପସିଦ୍ଧ ଥିଲେ ମାତ୍ର ତାଙ୍କ ନାମ ପରେ ବଚ୍ଚନ ସାଙ୍ଗିଆ ଲାଗିବା ପରେ ମିସ୍‌ ଓ୍ଵାର୍ଲଡଙ୍କ ଚାହିଦା ଏକଦମ ଦ୍ୱିଗୁଣ ହୋଇ ଯାଇଛି। ଏବେ ତାଙ୍କର ଟିକ୍‌ ନିକ୍‌ କଥା ଉପରେ ରହିଛି ଦର୍ଶକଙ୍କ ନଜର।

ନିକଟରେ ରେଡିଫ୍‌ରେ ତାଙ୍କ ସଂପର୍କରେ ପ୍ରକାଶ ପାଇଥିବା ଏକ ଆର୍ଟିକିଲ୍‌ ଏବେ ଚାରି ଆଡ଼େ ଚର୍ଚ୍ଚା ହୋଇଛି। ଆର୍ଟିକିଲ୍‌ଟି ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କର ଜଣେ କ୍ଲାସ୍‌ମେଟ୍‌। ସେ ସମୟର ଐଶ୍ୱର୍ଯ୍ୟାଙ୍କ ସଂପର୍କିତ ଅନେକ ଗୁପ୍ତ କଥା ସେଥିରେ ପ୍ରଶଂସକମାନେ ପଢ଼ିବାକୁ ପାଇଛନ୍ତି।

ଐଶ୍ୱର୍ଯ୍ୟାଙ୍କ ବନ୍ଧୁ ଶିବାନୀ ଲେଖିଛନ୍ତି, ‘ ମୁଁ ମୁମ୍ବାଇର ଜୟ ହିନ୍ଦ୍‌ କଲେଜରେ ୧ ବର୍ଷ ପଢ଼ିବା ପର ଐଶ୍ୱର୍ଯ୍ୟା ସେଠାରେ ନାମ ଲେଖାଇଲେ। ସେ ପୂର୍ବରୁ କେସି କଲେଜରେ ପଢୁଥିଲେ। କେସି କଲେଜ ବି ଆମ କଲେଠାରୁ ଖୁବ୍‌ ପାଖ ଥିଲେ। ସେ ପ୍ରଥମେ ଯେତେବେଳେ କଲେଜକୁ ଆସିଲେ ତାଙ୍କ ସୌନ୍ଦର୍ଯ୍ୟରେ ଅନେକ ଯୁବତ ଆକର୍ଷିତ ହୋଇଥିଲେ।’ ସେ ଆହୁରି ବି କହିଛନ୍ତି କି ସେ ଏବଂ ଐଶ୍ୱର୍ଯ୍ୟ ଟ୍ରେନ୍‌ ଯୋଗେ ନିଜ ଘରକୁ ଯାଉଥିଲେ। ତାଙ୍କର ଏକ ବିଶାଳ ବନ୍ଧୁ ଦଳ ଥିଲା। ସେ ସାଧାରଣତଃ ୧୧ଟା ସମୟରେ ଶ୍ରେଣୀ କକ୍ଷକୁ ପଶି ପୂରା ପଛ ବେଞ୍ଚ୍‌ରେ ବସୁଥିଲେ।

କଲେଜ୍‌ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦିନେ ତାଙ୍କୁ କଲେଜ୍‌ ପତ୍ରିକାର କଭର୍‌ରେ ତାଙ୍କ ଫଟୋ ଦେବା ପାଇଁ ପରାମର୍ଶ ଦେଲେ। ତାଙ୍କ ପାଇଁ ସେଇଟା ହିଁ ଏପରି ଜୀବନର ଆରମ୍ଭ ଥିଲା। ସେ ଜଣେ ବ୍ୟାଙ୍କ୍‌ ବେଞ୍ଚର୍‌ ହେଲେ ବି ପଦାର୍ଥ ବିଜ୍ଞାନ କ୍ଲାସ୍‌ ସମୟରେ ସେ ସାମ୍ନା ବେଞ୍ଚ୍‌ରେ ବସୁଥିଲେ। କାହିଁକି ନା, ସେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ସାମ୍ନାରେ ଭଲ ହେକୁକୁ ଚାହୁଁଥିଲେ ବୋଲି ଐଶ୍ୱର୍ଯ୍ୟାଙ୍କ ବନ୍ଧୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର