ବହୁ ବର୍ଷ ପରେ ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ସତ ଉଗାରିଛନ୍ତି। ତାଙ୍କ ମୁହଁରୁ ଅଭିନେତା ସଲମାନ ଖାନଙ୍କ ନାଁ ଶୁଣିବାକୁ ମିଳିଛି। ଏକ ସାକ୍ଷାତକାରରେ ଐଶ୍ବର୍ଯ୍ୟା କହିଛନ୍ତି, ସଲମାନ ମୋତେ ସନ୍ଦେହ କରୁଥିଲେ ଏବଂ ପ୍ରତାରଣା ମଧ୍ୟ। ଏକଥା ଜାଣିବା ପରେ ସଲମାନଙ୍କ ସହ ସେ ସମ୍ପର୍କ ଛିନ୍ନ କରିଥିଲେ। ଐଶ୍ବର୍ଯ୍ୟାଙ୍କ ମୁହଁରୁ ତାଙ୍କ ପୂର୍ବତନ ପ୍ରେମିକ ସଲମାନଙ୍କ ନାଁ ଶୁଣି ଦର୍ଶକ ବେଶ୍ ପସନ୍ଦ କରିବା ସହ ତାଙ୍କ ଅତୀତକୁ ସାଉଁଟିଛନ୍ତି। ଐଶ୍ବର୍ଯ୍ୟାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସଲମାନ ଖାନଙ୍କ ସହ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କକୁ ନେଇ ଅତୀତରେ ଖୁବ୍ ଚର୍ଚ୍ଚା ହୋଇଥିଲା। ୧୯୯୯ରେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଫିଲ୍ମ 'ହମ୍ ଦିଲ୍ ଦେ ଚୁକେ ସନମ୍'ରେ କାମ କରୁଥିବାବେଳେ ଦୁହେଁ ପ୍ରେମରେ ପଡ଼ିଥିଲେ। ପ୍ରଶଂସକମାନେ ଉଭୟଙ୍କ ବିଷୟରେ ଛୋଟ ଛୋଟ କଥା ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ସଲମାନ-ଐଶ୍ବର୍ଯ୍ୟାଙ୍କ ଯୋଡ଼ି ଏକାଧିକ ଫିଲ୍ମରେ ଜମି ଯାଇଥିଲା। ହେଲେ ଭଲ ସମୟ ଅଧିକ ଦିନ ରହିଲା ନାହିଁ। ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କରେ ଆସୁଥିବା ଖବରକୁ ନେଇ ଐଶ୍ବର୍ଯ୍ୟାଙ୍କ ପିତାମାତା କ୍ରୋଧିତ ହେଉଥିଲେ। ସେମାନେ ସଲମାନଙ୍କୁ ପସନ୍ଦ କରୁ ନଥିଲେ। ଏହାପରେ ଐଶ୍ବର୍ଯ୍ୟା ସଲମାନଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିଲେ।
ସତ ଉଗାରିଲେ ଐଶ୍ବର୍ଯ୍ୟା
/sambad/media/post_attachments/wp-content/uploads/2020/07/Aishwarya-Rai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)