ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୪୪ ବର୍ଷରେ ପଦାର୍ପଣ କରିଥିଲେ ବି ବୟସ ତାଙ୍କ ସୌନ୍ଦର୍ଯ୍ୟରେ କୌଣସି ବି ପ୍ରଭାବ ପକାଇନାହିଁ। ବରଂ ଦିନକୁ ଦିନ ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟାଙ୍କର ସୁନ୍ଦରତା ବଢ଼ିବାରେ ଲାଗିଥିବାବେଳେ ପୁଣିଥରେ ସେ ଫିଲ୍ମ ‘ଫନ୍ନେ ଖାନ୍’ଜରିଆରେ ନିଜର ଅଭିନୟ ଏବଂ ଆକର୍ଷିତ ଚେହେରାକୁ ନେଇ ଦର୍ଶକଙ୍କ ମନ ଜିଣିବାକୁ ଆସୁଛନ୍ତି । ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ‘ବେବି ସିଂହ’ଙ୍କ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିବେ । ତେବେ ଫିଲ୍ମ ‘ଫନ୍ନେ ଖାନ୍’ର ଟ୍ରେଲର୍ ଆସିବା ପରେ ଏବେ ଏହାର ପ୍ରଥମ ଗୀତର ରିଲିଜ୍ ହୋଇଛି।
ଏଥିସହିତ ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ଜଓ୍ଵାଁ ହେ ମୋହବତ୍....ସମଝ୍ଲେ ଇସାରା’ର ଏହି ଗୀତଟିକୁ ୟ୍ୟୁଟୁବ୍ ଚ୍ୟାନେଲ୍ରେ ରିଲିଜ୍ କରାଯାଇଛି।ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଷ୍ଟେଜ୍ ଉପରେ ନୃତ୍ୟ କରୁଥିବାର ନଜର ଆସିଛନ୍ତି।ତେବେ ଡ୍ୟାନ୍ସ ଫ୍ଲୋର୍ରେ ଅନେକ ଥର ଧମାଲ୍ କରିସାରିଥିବା ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନଙ୍କର ଏହି ଗୀତଟିକୁ କିନ୍ତୁ ଦର୍ଶକ ୟ୍ୟୁଟୁବ୍ରେ ଖୁବ୍ ପସନ୍ଦ କରିଛନ୍ତି। ମାତ୍ର ୨୦ ଘଣ୍ଟାରେ ରିଲିଜ୍ ହୋଇଥିବା ଏହି ଗୀତକୁ ଏବେପର୍ଯ୍ୟନ୍ତ ୟ୍ୟୁଟୁବ୍ରେ ୮୮ ଲକ୍ଷରୁ ଅଧିକ ଭିଉଜ୍ ମିଳିସାରିଛି।
ତେବେ ଆପଣଙ୍କ ସୂଚନାପାଇଁ ଜଣାଉଛୁକି,ଅତୁଲ ମାଂଜରେକରଙ୍କ ନିର୍ଦ୍ଦେଶିତ ‘ଫନ୍ନେ ଖାନ୍’ରେ ଅଭିନେତା ଅନୀଲ୍ କପୁର୍ ,ରାଜ କୁମାର ରାଓ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଳିବ।