ଜାଣନ୍ତି କି , ଐଶ୍ୱର୍ଯ୍ୟାଙ୍କଠାରୁ ତାଙ୍କର ଭାଉଜ ଅଧିକ ସୁନ୍ଦରୀ !

ମୁମ୍ବାଇ: ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କର ସଂପର୍କୀୟ ମାନେ ଗ୍ଲାମର ଦୁନିଆଁରୁ ଦୂରେଇ ରହିଛନ୍ତି। କିନ୍ତୁ ସେମାନଙ୍କର ସୌନ୍ଦର୍ଯ୍ୟ ଓ ଫିଟନେସକୁ ନେଇ ବେଳେବେଳେ ଚର୍ଚ୍ଚା ହୋଇଥାଏ।
ଏମିତି ଜଣେ ମହିଳା କଳାକାର ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ବିଶ୍ୱ ସୁନ୍ଦରୀ ଥିଲେ ଓ ଏବେ ବଲିଉଡରେ ଜଣେ ସୁନ୍ଦର ଅଭିନେତ୍ରୀ। ହେଲେ ଆପଣ ଜାଣନ୍ତି କି ଐଶ୍ୱର୍ଯ୍ୟାଙ୍କ ଠାରୁ ତାଙ୍କର ଭାଉଜ ଆହୁରି ସୁନ୍ଦର ଓ ଫିଟ୍‌। ତାଙ୍କୁ ଦେଖିଲେ ଯେ କେହି ଭାବିବ ବୋଧହୁଏ ଇଏ ଜଣେ ମଡେଲ୍‌। ପ୍ରକୃତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭାଉଜ ଜଣେ ଗୃହିଣୀ।
ଐଶ୍ୱର୍ଯ୍ୟାଙ୍କ ଭାଉଜଙ୍କ ନାଆଁ ହେଲା ଶ୍ରୀମା ରାୟ। ଏଇ ନିକଟରେ ଏକ ଫଟୋ ବେଶ୍‌ ଚର୍ଚ୍ଚାରେ ଥିଲା। ଏହି ଫଟୋ ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହିତ ଥିଲେ। ସେଥିରେ ଐଶ୍ୱର୍ଯ୍ୟାଙ୍କ ଭାଉଜ ଶ୍ରୀମା ବି ଥିଲେ।
ଐଶ୍ୱର୍ଯ୍ୟାଙ୍କ ଭାଇ ଆଦିତ୍ୟ ରାୟ ମରଚାଣ୍ଟ୍‌ ନେଭିରେ ଇଂଜିନିୟର ଥିଲେ। ଖାଲି ସେତିକି ନୁହେଁ ଆଦିତ୍ୟ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ସିନେମା ‘ଦିଲ୍‌କା ରିସ୍ତା’ର ପ୍ରଯୋଜନା ମଧ୍ୟ କରିଥିଲେ।
ସାଧାରଣତଃ ଶାଶୁ-ବୋହୂ ନଣନ୍ଦ-ଭାଉଜଙ୍କ ଭିତରେ ଭଲ ପଡ଼େ ନାହିଁ। କିନ୍ତୁ ଏହି ପ୍ରସଙ୍ଗରେ ଐଶ୍ୱର୍ଯ୍ୟା ଓ ତାଙ୍କ ଭାଉଜ ଶ୍ରୀମା ସେମିତି ନୁହଁନ୍ତି। ଦୁହିଁଙ୍କ ସଂପର୍କ ଖୁବ୍‌ ନିବିଡ ବୋଲି କୁହାଯାଏ।


ଶ୍ରୀମାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏହା ସତ୍ତ୍ୱେ ସେ ନିଜର ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।

ସମ୍ବନ୍ଧିତ ଖବର