ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇତିମଧ୍ୟରେ ଆଉ ଏକ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଚର୍ଚ୍ଚା ହେଉଛି । ଜାଣନ୍ତି ଏହା ଏକ ପୁରୁଣା ସିନେମାର ରିମେକ୍। ହଁ ,ଏହି ସିନେମାର ଟାଇଟଲ୍ ଏଯାବତ୍ ସ୍ଥିରୀକୃତ ହୋଇ ନଥିଲେ ହେଁ ଏହା ୧୯୬୭ ମସିହାରେ ରିଲିଜ୍ ହୋଇଥିବା ଏକ ସୁପର ହିଟ୍ ଫିଲ୍ମ ‘ରାତ୍ ଔର୍ ଦିନ୍’ର ରିମେକ୍ ହେବ ବୋଲି କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟେନ୍ ବୋଷଙ୍କ ନିର୍ଦ୍ଦେଶିତ ‘ରାତ୍ ଔର୍ ଦିନ୍’ ରେ ଉଚ୍ଚକୋଟିର ଅଭିନୟ କରି ନର୍ଗିସ୍ ଦତ୍ତ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ । ଏଥିରେ ନର୍ଗିସ୍ ବରୁଣା ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଭୂମିକା ନିଭାଇଥିଲେ, ଯିଏ କି ଶାରୀରିକ ଅକ୍ଷମତାର ଶିକାର ହୋଇଥିଲେ । ଏଥିରେ ପ୍ରଦୀପ କୁମାର, ଫିରୋଜ୍ ଖାନ୍ , କେ.ଏନ୍ ସିଂହ ଓ ଲୀଳା ମିଶ୍ର ପ୍ରମୁଖ ମଧ୍ୟ ଲିଡ୍ ରୋଲରେ ଥିଲେ ।
/sambad/media/post_attachments/wp-content/uploads/2018/01/aish-anil-300x250.jpg)
ସଂପ୍ରତି ‘ ଫନ୍ନେ ଖାନ୍’ ଟାଇଟଲରେ ନିର୍ମିତ ଏକ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ପ୍ରଥମ ଅନୀଲ କପୁରଙ୍କ ସହ ବେଶ କିଛି ବର୍ଷ ବ୍ୟବଧାନରେ କାମ କରୁଛନ୍ତି । ଏହି ସିନେମାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରଥମ ଥର ପାଇଁ ପ୍ରତିଭାବାନ ଅଭିନେତା ରାଜ କୁମାର ରାଓଙ୍କ ବିପକ୍ଷରେ ନଜର ଆସିବେ । ଏଥିରେ ଦିବ୍ୟା ଦତ୍ତା ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ‘ ଫନେ ଖାନ୍’ ର ନିର୍ଦ୍ଦେଶନା ଦେଉଛନ୍ତି ଅତୁଲ ମଞ୍ଜରେକର । ‘ ଫନ୍ନେ ଖାନ୍’ କାମ ସାରିବାପରେ ଐଶ୍ ଉକ୍ତ ସିନେମାର ସୁଟିଂ ଆରମ୍ଭ କରିବେ ଜଣାଯାଇଛି । ଏଥିପାଇଁ କୁଆଡେ ମୋଟା ଅଙ୍କର ପାରିଶ୍ରମିକ ନେଇଛନ୍ତି।