କିପରି ଅଜୟ ଦେବଗନଙ୍କ ସ୍ଥାନ ନେଇଥିଲେ ସଲମାନ୍‌ ଖାନ୍‌?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଜଣେ ନାୟକ ହେଲେ ଅଜୟ ଦେବଗନ୍‌ ଠିକ୍‌ ସେହିପରି ଜଣେ ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ ହେଲେ ରାକେଶ ରୋଶନ୍‌ । ହେଲେ ଏଦୁହେଁ ଆଜିଯାଏଁ ଏକାଠି କାମ କରି ନାହାନ୍ତି । ଜାଣନ୍ତି ଏମିତି କାହିଁକି ହୋଇଛି।ରାକେଶ ରୋଶନ୍‌ ‘କରଣ ଅର୍ଜୁନ୍‌’ରେ ପ୍ରଥମେ ଶାହାରୁଖ୍‌ ଖାନ୍‌ଙ୍କ ସହିତ ଅଜୟ ଦେବଗନ୍‌ଙ୍କୁ ନେବାର ଠିକ୍‌ କରିଥିଲେ। ଅଜୟ ଦେବଗନ୍‌ ବି ରାଜି ହୋଇଥିଲେ।

ସେ ସମୟରେ ଅଜୟ ଦେବଗନ୍‌ଙ୍କ ହାତରେ ଢ଼େର ଫିଲ୍ମ।ଶାହାରୁଖ୍‌ ଆଗରୁ ରାକେଶ୍‌ ରୋଶନ୍‌ଙ୍କ‘କିଙ୍ଗ୍‌ ଅଙ୍କଲ୍‌ ’ସିନେମାରେ କାମ କରିଥିଲେ।ତାଙ୍କର ମନେ ହେଲା ଯେ କାଳେ ରାକେଶ ରୋଶନ୍‌ ଶାହାରୁଖ୍‌ ଖାନ୍‌ଙ୍କୁ ଅଧିକ ଗୁରୁତ୍ୱ ଦେବେ।ସେ ସମୟରେ ଉଭୟ ଶାହରୁଖ୍‌ ଓ ଅଜୟଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥାନ୍ତି। ଏଣୁୁ ଅଜୟ ଶେଷ ମୁହୂର୍ତ୍ତରେ‘କରଣ-ଅର୍ଜୁନ୍‌’ରୁ ଓହରି ଯାଇଥିଲେ। ଏହାପରେ ରାକେଶ ରୋଶନ୍‌ ନିଷ୍ପତ୍ତି ନେଇଥିଲେ ଯେ କେବେହେଲେ ବି ନିଜ ସିନେମାରେ ଅଜୟ ଦେବଗନଙ୍କୁ ନେବେନି। ଏହାପରେ ଅଜୟଙ୍କ ସ୍ଥାନରେ ସଲମାନ୍‌ ଖାନ୍‌ଙ୍କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର