ଚିହ୍ନିଲେ ଦେଖି ଫଟୋରେ ନଜର ଆସିଥିବା ଏହି ଯୁବକ ଜଣକ କିଏ? କହିପାରିବେ କି?

ମୁମ୍ବାଇ: ବଲିଉଡ୍‌ର ‘ସିଂଘମ’ ଅଜୟ ଦେବଗନ୍‌ଙ୍କ ଅଭିନୟ ଦକ୍ଷତା ବିଷୟରେ କାହାକୁ ବା ଅଛପା? ଅଜୟଙ୍କ ଅଭିନୟ ଦକ୍ଷତାକୁ ଲୋକେ ଯେତିକି ପସନ୍ଦ କରନ୍ତି ତାଙ୍କ ଚେହେରାକୁ ବି ସେତିକି ପସନ୍ଦ କରନ୍ତି। ଅଜୟ ଦେବଗନ୍‌ଙ୍କ ଲୁକ୍‌କୁ ପସନ୍ଦ କରି ଭିଡିଓ ବନାଉଥିବା ଅନେକ ଯୁବକଙ୍କୁ ଆପଣ ଦେଖିଥିବେ। ସେହିପରି ନିକଟରେ ଏଭ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଆପଣ ଦେଖି ପାରୁଥିବେ ‌ଯେ ଅଜୟଙ୍କ ପରି ଦିଶୁଥିବା ଜଣେ ଯୁବକ ବା ଅଜୟଙ୍କ ହମ୍‌ସକ୍‌ଲ ଏକଦମ ତାଙ୍କ ଢାଞ୍ଚାରେ ଏକ ରିଲ୍ସ ବନାଇଛନ୍ତି। ଆପଣ ତାଙ୍କ ଆକାଉଣ୍ଟ୍‌କୁ ଯାଇ ଏହିପରି ଅନେକ ଭିଡିଓ ଦେଖିପାରିବେ।

ଭିଡିଓଗୁଡ଼ିକୁ ପ୍ରଥମ ଥର ଦେଖିଲେ ଆପଣ ବି ଚକିତ ହୋଇଯିବେ ଯେ ଯୁବକ ଜଣକ ଅଜୟଙ୍କ ହମ୍‌ସକଲ୍‌ ନା ନିଜେ ଅଜୟ ଦେବଗନ୍। ଭିଡିଓରେ ଯୁବକ ଜଣକ ଅଜୟଙ୍କ ପୁରୁଣା ଢଙ୍ଗର କେଶସଜ୍ଜା ଓ ପୁରୁଣା ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଛନ୍ତି। ଅଜୟଙ୍କ ପୁରୁଣା ଗୀତ ‘ତେରି ନଜର ଝୁକେ ତୋ ଶାମ୍‌ ଢଲେ…’ରେ ଯୁବକ ଜଣକ ଓଠ ମିଶାଇ ଅଭିନୟ କରୁଥିବାର ଆପଣ ଦେଖି ପାରୁଥିବେ।

 

 

View this post on Instagram

 

A post shared by Kailash Chouhan (@kailashchouhan296)

ଯୁବକଙ୍କର ଏହି ରିଲ୍ସ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଖୁବ୍ ଉତ୍ସାହିତ କରିଛନ୍ତି। ତାଙ୍କୁ ଅଜୟଙ୍କ ଗୀତରେ ଆହୁରି ଅନେକ ରିଲ୍ସ ବନାଇବା ଉଚିତ ବୋଲି କମେଣ୍ଟ୍‌ ବକ୍ସରେ ଲେଖିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ କୈଳାସ ଚୌହ୍ବାନଙ୍କ ନାମରେ ଭିଡିଓଟି ସେୟାର୍‌ ହୋଇଛି। ଯାହାର ଭିୟୁ ଏବେ ସୁଦ୍ଧା ୪ ମିଲିୟନ୍‌ରୁ ବି ଅଧିକ ହୋଇ ସାରିଲାଣି। ୧ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓଟିକୁ ଲାଇକ୍‌ କରି ସାରିଲେଣି।

ସମ୍ବନ୍ଧିତ ଖବର