ଟ୍ଵିଟରରେ କାଜୋଲଙ୍କ ନମ୍ବର ସେୟାର କଲେ ଅଜୟ ଦେବଗନ୍‌; ଲେଖିଲେ, କାଜୋଲ ଦେଶରେ ନାହାନ୍ତି, ତାଙ୍କ ସହ ଏହି ନମ୍ବରରେ ସଂପର୍କ କରନ୍ତୁ… ଜାଣନ୍ତୁ କ’ଣ ଥିଲା ପ୍ରକୃତ ଘଟଣା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ନିଜ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କ ମୋବାଇଲ ନମ୍ବର ଟ୍ଵିଟରରେ ସେୟାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନମ୍ବର ଟ୍ଵିଟ୍‌ କରିବା ପରେ, ଅଜୟ ଏପରି କ’ଣ ପାଇଁ କଲେ ସେ ନେଇ ବ୍ୟବହାରକାରୀମାନେ ଅନେକ ପ୍ରଶ୍ନ ପଚାରୁଥିବା ବେଳେ; କିଛି ଅଜୟଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି ବୋଲି କହିବା ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଅଜୟ ଏକ ନମ୍ବର ସେୟାର କରି କାଜୋଲ ଏବେ ଦେଶରେ ନାହାନ୍ତି, ତାଙ୍କୁ ଏହି ନମ୍ବରରେ ହ୍ଵାଟ୍‌ସଆପ୍‌ କରି କଥା ହୋଇ ପାରିବେ ବୋଲି ଲେଖିଥିଲେ । ଯାହା ପରେ ଏକ ନିଉଜ୍‌ ଚ୍ୟାନେଲ ଏ ନେଇ ଅଜୟ ଏବଂ କାଜୋଲଙ୍କ ଟିମ୍‌କୁ ସଂପର୍କ କରିଥିଲେ । ଯାହା ପରେ ସେ ଅପେକ୍ଷା କରିବାକୁ କହିବା ସହ ପ୍ରକୃତ ଘଟଣା କ’ଣ ଆମେ ତାହା ଜାଣିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ । ଅଧିକ ସୂଚନା ନ ମିଳିବାରୁ ନିଉଜ୍‌ ଚ୍ୟାନେଲଟିରେ ଦିଆ ଯାଇଥିବା ନମ୍ବରରେ କଲ୍‌ କରିବା ପରେ “ହାଏ,ମୁଁ କାଜୋଲ, ମୁଁ ଆପଣଙ୍କ କଲ୍‌ ନେବାକୁ ଅସମର୍ଥ, ଦୟାକରି ଟେକ୍ସଟ୍‌ ମେସେଜ୍‌ ବା ଭଏସ୍‌ ମେସେଜ୍‌ ପଠାନ୍ତୁ” ବୋଲି ଉତ୍ତର ମିଳିଥିଲା ।

ସମ୍ବନ୍ଧିତ ଖବର