ମୁମ୍ବାଇ: ଆଜି ଭାଲେଣ୍ଟାଇନ୍ ବା ପ୍ରେମ ଦିବସ ଅବସରରେ ଅନେକ ଜଣ ନିଜ ପ୍ରେମୀଙ୍କ ପାଇଁ କିଛି ସ୍ବତନ୍ତ୍ର କରିବାକୁ ଆଦୌ ଭୁଲିନଥାନ୍ତି। କିଏ ନିଜ ପ୍ରେମୀଙ୍କୁ ଦେଖା କରି କିଛି ମୁହୂର୍ତ୍ତ ସାଥିରେ ବିତାଇ ଖୁସି ହୁଅନ୍ତି ତ ପୁଣି କିଏ ଫୋନ୍ କଲ୍ରେ କଥା ହୋଇ ଖୁସି ହୁଅନ୍ତି। ସେହିପରି ନିଜ ପ୍ରଥମ ପ୍ରେମକୁ ବ୍ୟାଖ୍ୟା କରି ସୋସିଆଲ୍ ମିଡଆରେ ଏକ ପୋଷ୍ଟ୍ କରିଛନ୍ତି ବଲିଉଡ୍ ଅଭିନେତା ଅଜୟ ଦେବଗନ୍।
ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅଜୟଙ୍କ ପ୍ରଥମ ପ୍ରେମ ପତ୍ନୀ କାଜଲ ନୁହଁନ୍ତି। ତେବେ କିଏ ସେ? ଅଜୟ କ୍ୟାମେରାକୁ ତାଙ୍କର ପ୍ରଥମ ପ୍ରେମ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଭାଲେଣ୍ଟାଇନ୍ ଡେ’କୁ ସେ କ୍ୟାମେରା ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଲେଖଇଛନ୍ତି, ‘ଏପରି ଜଣକୁ ପାଆନ୍ତୁ ଯିଏ ଆପଣଙ୍କୁ ସେପରି ଦୃଷ୍ଟିରେ ଦେଖିବ, ଯେପରି ଅଜୟ କ୍ୟାମେରାକୁ ଦେଖନ୍ତି।’
View this post on Instagram
ଅଜୟ ଇନ୍ଷ୍ଟାରେ ଯେଉଁ ଭିଡିଓଟିକୁ ସେୟାର କରିଛନ୍ତି ସେଥିରେ ସେ କ୍ୟାମେରା ସହ ପୂରା ଭାବନା ରାଇଜରେ ବୁଡ଼ି ଯାଇଥିବା ପରି ମନେ ହେଉଛନ୍ତି। ସେ କ୍ୟାମେରାକୁ ତାଙ୍କର ଦୁନିଆ ଦେଖିବାକୁ ଦୃଷ୍ଟିକୁ ବଢ଼ାଇଥିବାରୁ ଧନ୍ୟବାଦ ଦେଇଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅଜୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭୋଲା’ ମାର୍ଚ ୩୦ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ଅଜୟଙ୍କ ବ୍ୟତୀତ ତବୁ ବି ନଜର ଆସିବେ। ଏହି ଫିଲ୍ମର ଟିଜର ଓ ପୋଷ୍ଟର୍ ରିଲିଜ୍ ହୋଇସାରିଛି।