‘କଫି ଉଇଥ୍‌ କରଣ’ରେ ଏହି ପ୍ରଶ୍ନର ଉତ୍ତର ଦେଇ ଅଭିନେତା ଅଜୟ ଦେବ୍‌ଗନ୍‌ ଜିତିନେଲେ ଅଡି କାର୍‌

ମୁମ୍ବାଇ : ବିଭିନ୍ନ କାରଣ ପାଇଁ ଆରମ୍ଭରୁ  ଚର୍ଚ୍ଚାରେ ରହି ଆସିଛି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ’ । କିଛି ଦିନ ହେବ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲକୁ ନେଇ ସୋ’ଟି ବିବାଦରେ ରହିଥିଲା । ଏବେ ଅଭିନେତା ଅଜୟ ଦେବଗନ୍‌ ଅଡି ଏ-୫ ଜିତିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ରାପିଡ୍‌ ଫାୟାର ରାଉଣ୍ଡରେ ଜିତିବା ପରେ ଅଭିନେତା-ଅଭିନେତ୍ରୀମାନଙ୍କୁ ସାଧାରଣ ଉପହାର ଦିଆ ଯାଇଥାଏ । କିନ୍ତୁ ଅଜୟ ଦେବଗନ୍‌ଙ୍କ ଅଡି ଏ-୫ କାର ମିଳିବା କବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ଚଳିତ ବର୍ଷ ‘କଫି ଉଇଥ୍‌ କରଣର ସିଜିନ୍‌-୬’ ଆରମ୍ଭ ହେବା ପରେ କରଣ କିଛି ଭିନ୍ନ କରିବାକୁ ଯାଇ ‘ଆନ୍‌ସର୍‌ ଅଫ୍‌ ଦ ସିଜିନ୍‌’ ଆରମ୍ଭ କରିଥିଲେ । ସିଜିନ୍‌-୬ରେ ଯାହାର ଉତ୍ତର ସବୁଠାରୁ ଭିନ୍ନ ଥିବା ତାକୁ ଅଡି ଏ-୫ ଦିଆଯିବ ବୋଲି ଘୋଷଣା କରା ଯାଇଥିଲା । ଏବେ ଅଜୟ ଦେବଗନ୍‌ଙ୍କ ଉତ୍ତର ସବୁଠାରୁ ଭିନ୍ନ ବୋଲି ଜଜ୍‌ କରାଯାଇ ତାଙ୍କୁ ଗୁରୁବାର ଅଡି ଏ-୫ ଦିଆ ଯାଇଥିବା ଜଣାପଡ଼ିଛି ।

News18 इंडिया

କେଉଁ ଅନ୍ଧବିଶ୍ୱାସ ଉପରେ ତୁମେ ବିଶ୍ୱାସ କରି ନିଜକୁ ଦୋଷୀ ବୋଲି ଭାବୁଛ ବୋଲି କରଣ ପଚାରିଥିଲେ। ଏହାର ଉତ୍ତରରେ,”କେ ରୁ ଆରମ୍ଭ ହେଉଥିବା ସବୁ ଫିଲ୍ମ ମୋର ସଫଳ ହୁଏ ବୋଲି ମୁଁ ଭାବୁଥିଲି । କିନ୍ତୁ ଫିଲ୍ମ ‘କାଲ୍‌’ ରିଲିଜ୍‌ ହେବା ପରେ ମୋର ଏହି ଅନ୍ଧବିଶ୍ୱାସ ଦୂର ହୋଇଥିଲା ବୋଲି ଅଜୟ କହିଥିଲେ । ତାଙ୍କର ଏହି ଉତ୍ତର ପରେ କାଜୋଲ “ଅଜୟ ଆନ୍‌ସର୍‌ ଅଫ୍‌ ଦ ସିଜିନ୍‌ ଜିତିଗଲେ ଏବଂ ତଙ୍କୁ ହିଁ ଅଡି ମିଳିବ” ବୋଲି କହିଥିଲେ । ପରେ ସିଜିନ୍‌ର ସବୁ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ଉତ୍ତରକୁ କିରଣ ଖେର୍‌, ମଲ୍ଲାଇକା ଆରୋରା, ମଲ୍ଲିକା ଦୁଆ ଏବଂ ବୀର ଦାସ୍‌ ବିଚାର କରିବା ପରେ ଅଜୟ ଦେବ୍‌ଗନଙ୍କୁ ବିଜେତା ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର