ନୂଆଦିଲ୍ଲୀ: ଅଭିନେତା ଅଜୟ  ଦେବଗନଙ୍କ ସହିତ ସିନେମା ‘ଭୋଲା’ରେ କାମ କରିଥିବା ଅଭିନେତ୍ରୀ ଅମାଲା ପାଲ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି। ନିକଟରେ ତାଙ୍କ ଡେଲିଭରି ହୋଇଛି। ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏ ଖୁସି ଖବର ପାଇଁ ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ଯେତିକି ହୋଇଛନ୍ତି ସେତିକି ଚକିତ ବି ହୋଇଯାଇଛନ୍ତି।

Advertisment

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଅମାଲାଙ୍କ ପୁଅଙ୍କ ଜନ୍ମ ୨୦୨୪ ଜୁନ ୧୧ ତାରିଖରେ ହୋଇଥିଲା। ପୁଅ ହେବା ଖବର ଅମାଲା ଜଣାଇବା ସହିତ ପୁତ୍ରର ନାମ କ’ଣ ରଖିଛନ୍ତି ତାହାକୁ ବି ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ  ପୋଷ୍ଟ ସେୟାର କରି ଅମାଲା ଲେଖିଛନ୍ତି, ‘ପୁଅ ହୋଇଛି। ଆମର ‌ଛୋଟ ଯାଦୁ ‘ଇଲାଇ’ଙ୍କୁ ଭେଟନ୍ତୁ।

ଅମାଲାଙ୍କ ଏହା ଦ୍ବିତୀୟ ବିବାହ। ପ୍ରଥମେ ‌ସେ ୨୦୨୪ରେ ଏଏଲ ବିଜୟଙ୍କୁ ବିବାହ କରିଥିଲେ। କିନ୍ତୁ କ୍ୟାରିୟରକୁ ନେଇ ଦୁହିଁଙ୍କ ମଧ୍ୟରେ ସର୍ବଦା ଝଗଡ଼ା ଲାଗିବାରୁ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ସେ ଜଗତ ଦେଶାଇଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବିବାହର ୮ମାସ ପରେ ଅମାଲା ପୁତ୍ର ସନ୍ତାନକୁ ଜନ୍ମ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।