ନୂଆଦିଲ୍ଲୀ: ଅଜୟ ଦେବଗନ ଏବଂ କାଜୋଲଙ୍କ ଯୋଡିକୁ ଲୋକେ ଖୁବ ପସନ୍ଦ କରନ୍ତି। ଦୀର୍ଘ ଦିନ ଧରି ପ୍ରଶଂସକମାନେ ଅଜୟଙ୍କ ଫିଲ୍ମ 'ସିଘଂମ ଏଗେନ' ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଅଜୟ ଜଣେ ଅଭିନେତା ହେବା ବ୍ୟତୀତ ନିର୍ମାତା ଏବଂ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରନ୍ତି। ନିକଟରେ ଖବର ଆସିଛି ଯେ ଅଜୟ ମୁମ୍ବାଇରେ ୫ ଟି ନୂଆ ଅଫିସ୍ କିଣିଛନ୍ତି। ଯାହାର ମୂଲ୍ୟ ୪୫ କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି।
ଅଜୟ ଦେବଗନଙ୍କର ଏକ ପ୍ରଡକ୍ସନ୍ ହାଉସ୍ ଅଛି । ଯାହାର ନାମ ଅଜୟ ଦେବଗନ୍ ଫିଲ୍ମସ୍ ରହିଛି। ଅଜୟ ତାଙ୍କ ପ୍ରଡକ୍ସନ ହାଉସକୁ ବିସ୍ତାର କରିବା ପାଇଁ ମୁମ୍ବାଇର ଆନ୍ଧେରି ୱେଷ୍ଟ ଅଞ୍ଚଳରେ ଥିବା ଅଫିସକୁ କିଣିଛନ୍ତି। କୁହାଯାଉଛି ଯେ ଅଜୟ ଏପ୍ରିଲ ୧୯ ତାରିଖରେ ଅଫିସକୁ ପଞ୍ଜୀକରଣ କରିଥିଲେ ଏବଂ ଏଥିପାଇଁ ସେ ୧.୮୨ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦେଇଥିଲେ।
View this post on Instagram
ତେବେ ଅଜୟ ବିଶାଲ ବିରେନ୍ଦ୍ର ଦେବଗନଙ୍କ ନାମରେ ଏହି ଅଫିସଗୁଡ଼ିକର ପଞ୍ଜୀକରଣ କରିଛନ୍ତି । ତେବେ ଆପଣ ଭାବୁଥାଇ ପାରନ୍ତି କି ବିଶାଲ ନାମରେ ଅଜୟ କାହିଁକି ଅଫିସ ପଞ୍ଜୀକରଣ କଲେ। ପ୍ରକୃତରେ ଅଜୟଙ୍କର ମୂଳ ନାମ ହେଉଛି ବିଶାଲ ବିରେନ୍ଦ୍ର ଦେବଗନ। ତେଣୁ ସେ ତାଙ୍କର ନାମରେ ହଁ ୫ଟି ଅଫିସ ପଞ୍ଜୀକରଣ କରିଛନ୍ତି।