ସାଉଥ ଫିଲ୍ମରେ ୧ମିନିଟ ପାଇଁ ୪କୋଟି ନିଅନ୍ତି ଏହି ବଲିଉଡ ସୁପରଷ୍ଟାର

ମୁମ୍ବାଇ: ଗତ କିଛି ବର୍ଷ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରି ଏକାଠି କାମ କରିବା ଆରମ୍ଭ କରିଛନ୍ତି । ଏବେ ହିନ୍ଦୀ ସିନେମାରେ ଅନେକ ଆଗଧାଡ଼ିର ଅଭିନେତା ଅଛନ୍ତି, ଯେଉଁମାନେ ଦକ୍ଷିଣ ଭାରତୀୟ ଫିଲ୍ମର ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ତାଲିକାରେ ଶାହାରୁଖ ଖାନ, ରଣବୀର କପୁରଙ୍କ ପରି ବଲିଉଡର ସୁପରଷ୍ଟାରଙ୍କ ନାମ ରହିଛି ।

ଆଜି ଆମେ ଆପଣଙ୍କୁ ବଲିଉଡର ଏଭଳି ଜଣେ ସୁପରଷ୍ଟାରଙ୍କ ବିଷୟରେ କହିବୁ ଯିଏ ଦକ୍ଷିଣ ଚଳଚ୍ଚିତ୍ରରେ ଗୋଟାଏ ମିନିଟର କାମ କରିବା ପାଇଁ ୪କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ । ସେହି ଅଭିନେତାଜଣକ ହେଲେ ଅଜୟ ଦେବଗାନ୍ । କିଛି ଦିନ ତଳେ ଗେଟ୍ସ ସିନେମା ଅଜୟ ଦେବଗନଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଥିଲା, ଯେଉଁଥିରେ ଲେଖାଥିଲା ଯେ, ଅଜୟ ଦେବଗନ ଏସଏସ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ରେ ୮ମିନିଟର କାମ କରିବା ପାଇଁ ୩୫କୋଟି ଟଙ୍କା ନେଇଥିଲେ ।

ଯଦି ଏହାକୁ ଭାଗ କରାଯାଏ ତେବେ ଅଜୟ ପ୍ରତି ମିନିଟ୍ ପାଇଁ ୪.୩ କୋଟି ଟଙ୍କାର ପାରିଶ୍ରମିକ ନେଇଥିଲେ । ଏହି ପୋଷ୍ଟ ଆସିବା ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଜୟ ଦେବଗନଙ୍କ ପାରିଶ୍ରମିକ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି  |

ସମ୍ବନ୍ଧିତ ଖବର