ଅଜୟ ଦେବଗନ୍‌ଙ୍କ ରିଲିଜ୍‌ ହୋଇ ନଥିବା ଫିଲ୍ମର ଫଟୋ ଭାଇରାଲ, ଜାଣନ୍ତୁ ଏବେ କ’ଣ ପାଇଁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଟି ଅଜୟଙ୍କ ଏକ ରିଳିଜ୍‌ ହୋଇ ନଥିବା ଫିଲ୍ମର ହୋଇଥିବା ବେଳେ ଏବେ କ’ଣ ପାଇଁ ଫଟୋଟି ଏତେ ଭାଇରାଲ ହେଉଛି, ସେ ପ୍ରଶ୍ନ ସମସ୍ତଙ୍କ ମନରେ । ଅଜୟଙ୍କ ଏହି ଫଟୋ ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସୁଥିବା ବେଳେ ଏହାକୁ ଲୋକେ ସେୟାର କରିବାରେ ଲାଗି ପଡ଼ିଛନ୍ତି ।

ସୂଚନା ମୁତାବକ, ଅଜୟଙ୍କ ଏହି ଫଟୋ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ଅନୀସ ବଜ୍ମୀ ସେୟାର କରିଛନ୍ତି । ଫଟୋ କ୍ୟାପ୍‌ସନରେ ଲେଖିଛନ୍ତି କି, ଏହି ଫଟୋ ଫିଲ୍ମ ନାମ୍‌ର ସୁଟିଂ ସମୟରେ ନିଆଯାଇଥିଲା । ଫିଲ୍ମରେ ସମୀରା ରେଡ୍ଡୀ, ଭୂମିକା ଚାଓ୍ଵଲା ଓ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର ଏହି ଦୃଶ୍ୟରେ ଅଜୟଙ୍କୁ ନିଜ ପତ୍ନୀ ଓ ଝିଅକୁ ଖୋଜିବାର ଥିଲା । ଏହା ଏକ ସସ୍‌ପେନ୍ସ ଥ୍ରିଲର ଫିଲ୍ମ ଥିଲା, ଯାହା ଆପଣଙ୍କୁ ପସନ୍ଦ ଆସିଥାନ୍ତା । ମୁଁ ଆଶା କରୁଛି କି ଗୋଟେ ଦିନ ଏହା ରିଲିଜ୍‌ ହେଉ ଏବଂ ଆପଣ ସମସ୍ତେ ଏହାକୁ ଦେଖିବାକୁ ସୁଯୋଗ ପାଆନ୍ତୁ ।

ସମ୍ବନ୍ଧିତ ଖବର