ନୂଆଦିଲ୍ଲୀ: ନିର୍ଦ୍ଦେଶକ ଅନୁଭବ ସିହ୍ନା ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଅଭିନେତା ଅଜୟ ଦେବଗନଙ୍କ ସହ କଥା ନହେବାର ଦୁଃଖ ବଖାଣିଛନ୍ତି।
ଅନୁଭବ ସିହ୍ନା ଏ ପ୍ରସଙ୍ଗ ଉପରେ ଆଲୋଚନା କରି କହିଛନ୍ତି, ‘ ମୋର ଅଜୟଙ୍କ ସହିତ କୌଣସି ପ୍ରକାର ବିବାଦ ଲାଗି ନାହିଁ । ତଥାପି ସେ ମୋ ସହିତ କଥା ହେଉ ନାହାନ୍ତି। ମୁଁ ତାଙ୍କୁ ଭେଟିବା ପାଇଁ ମେସେଜ ବି କରିଛି କିନ୍ତୁ ତାଙ୍କ ପକ୍ଷରୁ କୌଣସି ପ୍ରକାର ଉତ୍ତର ଆସିଲା ନାହିଁ। ମୁଁ ବୁଝିଗଲି ସେ ମୋ ସହିତ କଥା ହେବାପାଇଁ ଚାହୁଁ ନାହାନ୍ତି।
ଏମିତି ବି ହୋଇପାରେ ସେ ମୋ କଥା ଭୁଲି ଯାଇଥାଇପାରନ୍ତି। କରିଥିବା ମେସେଜ ଓ କଲ ଦେଖି ନଥାଇପାରନ୍ତି।ଆଜକୁ ୧୮ବର୍ଷ ହୋଇଯିବ ଅର୍ଥାତ ୨୦୦୭ରୁ ନେଇ ଆଜି ପର୍ଯ୍ୟନ୍ତ ତାଙ୍କ ସହିତ ମୋର କୌଣସି କଥାବର୍ତ୍ତା ହୋଇପାରି ନାହିଁ।
ଅନୁଭବ ସିହ୍ନା ଅଜୟ ଦେବଗନଙ୍କ ସହିତ ‘କ୍ୟାସ’ ସିନେମାରେ କାମ କରିଛନ୍ତି। ସିନେମା ୨୦୦୭ରେ ରିଲିଜ ହୋଇଥିଲା। ସିନେମାରେ ଅଜୟଙ୍କ ସହିତ ସୁନୀଲ ସେଟ୍ଟୀ, ଜାୟଦ ଖାନ, ସମିତା ସେଟ୍ଟୀ, ଦିୟା ମିର୍ଜା, ଇଶା ଦେୱଲ ଭଳି ଅନେକ ଷ୍ଟାରମାନେ କାମ କରିଥିଲେ। ସିନେମା ଟି ବକ୍ସ ଅଫିସରେ ତାର କୌଣସି ପ୍ରକାର ଜଲୱା ଦେଖାଇ ପାରି ନଥିଲା।