ପାନ ମସଲା ବିଜ୍ଞାପନ କରିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି, ଏତେ ଖରାପ ହୋଇଥିଲେ ବିକ୍ରି ହୁଅନ୍ତାନି: ଅଜୟ ଦେବଗନ

ମୁମ୍ବାଇ: ଏବେ ନିଜ ଫିଲ୍ମ ‘ରନୱେ ୩୪’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗନ। ଫିଲ୍ମ ‘ଆରଆରଆର’ର ସଫଳତା ପରେ ଏହି ମାସ ଶେଷରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ରନୱେ ୩୪’। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛନ୍ତି ଅଜୟ। ତେବେ ଫିଲ୍ମର ଚରିିତ୍ର ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତା ଏବେ ନିିଜ ପାନ ମସଲା ବିଜ୍ଞାପନ ପାଇଁ ପୁଣି ଥରେ ବିବାଦୀୟ ହୋଇପଡ଼ିଛନ୍ତି।

ଫିଲ୍ମର ପ୍ରମୋସନ ସମୟରେ ପାନ ମସଲା ବିଜ୍ଞାପନକୁ ନେଇ କରାଯାଉଥିବା ଟ୍ରୋଲ ଉପରେ ତାଙ୍କର ପ୍ରତିକ୍ରିୟା ମଗାଯାଇଥିଲା। ଜବାବରେ ଅଜୟ କହିଥିଲେ ଯେ, ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଯେତେବେଳେ ଆମେ ବିଜ୍ଞାପନ କରୁ, ସେତେବେଳେ ଆମେ ଦେଖୁ ଯେ ଏହା କେତେ କ୍ଷତି କରିପାରେ। ମୋ ହିସାବରେ ବିଜ୍ଞାପନରେ ସମସ୍ୟା ନାହିଁ। ଯଦି ଏହା କ୍ଷତିକାରକ ହୋଇଥାନ୍ତି, ତେବେ ଏତେ ବିକ୍ରି ହୁଅନ୍ତାନି। ଅଜୟଙ୍କ ଏଭଳି ଜବାବ ପାନ ମସଲାକୁ ବିରୋଧ କରୁଥିବା ଲୋକେ ପସନ୍ଦ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

After Runway 34, BIRTHDAY boy Ajay Devgn to begin work on his next directorial; expected to be the COSTLIEST film of Bollywood : Bollywood News - Bollywood Hungama

ଫିଲ୍ମ କଥା କହିବାକୁ ଗଲେ, ଫିଲ୍ମର ନାଁ ପ୍ରଥମେ ‘ମେଡେ’ ଥିଲା। ହେଲେ ଲୋକେ ବୁଝିନପାରିବାରୁ ଏହାର ନାଁ ବଦଳାଯାଇ ‘ରନୱେ ୩୪’ କରାଯାଇଛି। ଏକ ସତ ଘଟଣାକୁ ଆଧାର କରି ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଅଜୟ ଦେବଗାନଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଏବଂ ବୋମନ ଇରାନୀ ନଜର ଆସିବେ। ଫିଲ୍ମର ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବା ବେ‌ଳେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସ‌ାୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର