ସଭିଙ୍କ ମଜାକ ଉଡ଼ାଉଥିବା କପିଲ୍‌ଙ୍କ ମଜାକ ଉଡ଼ାଇଲେ ଅଜୟ ଦେବଗନ୍‌, ଚୁପ୍‌ ହେଇଗଲେ କମେଡି କିଙ୍ଗ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍‌ ଏବେ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ରନ୍‌ୱେ ୩୪’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଅଜୟ ଦେବଗନ୍‌ ଖୁବ୍‌ ଶୀଘ୍ର କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ସୋ’ରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରିବାକୁ ନଜର ଆସିବେ। ଏହି ସୋ’ର ସୁଟିଂ କାମ ସରିଯାଇଛି। କେବଳ ପ୍ରସାରଣ ହେବା ବାକି ଅଛି।

କପିଲ୍‌ଙ୍କ ସୋ’ର ଏକ ପ୍ରୋମ‌ୋ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଦୁନିଆ ସାରା ଲୋକଙ୍କର ମଜାକ ଉଡ଼ାଉଥିବା କପିଲ୍‌ଙ୍କର ମଜାକ ଉଡୁଥିବାର ଦେଖିବାକୁ ମିଳିିଛି। କପିଲ୍‌ଙ୍କ ସୋ’କୁ ଯାଇ ତାଙ୍କର ହିଁ ମଜାକ ଉଡ଼ାଇଛନ୍ତି ଅଜୟ ଦେବଗନ୍‌।

 

ଅଜୟ ଦେବଗନ୍‌ ମଞ୍ଚକୁ ଆସିବ‌ା ପରେ କପିଲ କହୁଥିବାର ନଜର ଆସିଛି ଯେ, ଅଜୟ ସାର୍‌ ଏପରି ପୋଷାକ ପିନ୍ଧି ଆସିଛନ୍ତି ମୋତେ ଲାଗିଲା ଯେପରି କୌଣସି ବ୍ୟାଙ୍କ୍‌ରେ ଚାକିରି ମିଳିଗଲା। କପିଲ୍‌ଙ୍କ ମୁହଁରୁ ଏପରି ଶୁଣିବା ପରେ କାଳବିଳମ୍ବ ନକରି ଅଜୟ କହୁଛନ୍ତି, ‘ତମେ ତ ଠିକ୍‌ ଢଙ୍ଗରେ କିଛି ପୋଷାକ ପିନ୍ଧୁନ। ମୁଁ ଭାବିଲି ମୁଁ କିଛି ଭଲ ପୋଷାକ ପିନ୍ଧି ଆସିଲେ ସୋ’ ପାଇଁ ଭଲ ହେବ।’

ଅଜୟଙ୍କ ମୁହଁରୁ ଏପରି ଶୁଣିବା ପରେ ଉପସ୍ଥିତ ଅନ୍ୟମାନେ ସମସ୍ତେ ହସୁଛନ୍ତି। କପିଲ୍‌ ବି ସାମାନ୍ୟ ମୁରୁକି ହସ ଦେଇ ଅନ୍ୟ କଥା କହି ଭୁଲେଇ ଦେଉଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ରନ୍‌ୱେ ୩୪’ ଚଳଚ୍ଚିତ୍ର ଏକ ସତ କାହାଣୀ ଉପରେ ଆଧାରିତ। ଏହାର ନିର୍ଦ୍ଦେଶନା ନିଜେ ଅଜୟ ଦେବଗନ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର