ଗର୍ଭବତୀ ପତ୍ନୀ ଈଶିତାଙ୍କ ସହ‌‌ ରୋମାଣ୍ଟିକ୍‌ ଫଟୋ ପୋଜ୍‌ ଦେଲେ ଅଭିନେତା ବତ୍ସଲ ସେଠ୍‌

ନୂଆଦିଲ୍ଲୀ:  ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକା ନିଭାଇ ସାରିଥିବା ଅଭିନେତ୍ରୀ ଈଶିତା ଦତ୍ତା ଏବେ ଗର୍ଭବତୀ ଅଛନ୍ତି।  ‌ତାଙ୍କର ନିକଟ‌ରେ ଗୋଦଭରାଇ ହୋଇଥିବା ଖବର ମିଳିଛି। ସେ ‌ନିକଟରେ ତାଙ୍କ ସ୍ବାମୀଙ୍କ ସହ ‘ବେବି ବମ୍ପ୍‌’ ଦେଖାଇ ଫଟୋସୁଟ୍‌ କରିଥିବା ଦେଖିବାକୁ ମିଳିଛି। ତେବେ ଈଶିତାଙ୍କ ସ୍ବାମୀ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବାକୁ ତାଙ୍କ ମଥାରେ ଚୁମ୍ବନ ଦେବାରୁ ନେଇ ବିଭିନ୍ନ ରୋମାଣ୍ଟିକ୍‌ ଫଟୋ ପୋଜ୍‌ ସବୁ ଦେଇଛନ୍ତି।

ବଲିଉଡ ସୁପରହିଟ ଚଳଚ୍ଚିତ୍ର ‘ଦୃଶ୍ୟମ୍’ରେ ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଈଶିତା ଆଗାମୀ ଜୁଲାଇ ମାସରେ ତାଙ୍କର ପ୍ରଥମ ଶିଶୁକୁ ଜନ୍ମ ଦେବେ। ତାଙ୍କର ଅଭିନେତା ସ୍ବାମୀ ବତ୍ସଲ ସେଠ୍‌ ବି ବାପା ବନିବା ଖୁସି ପାଇଁ ବେଶ୍‌ ଉତ୍ସୁକ ଅଛନ୍ତି। ତେବେ ସେମାନେ ନିକଟରେ କରିଥିବା ମାଟର୍ଣ୍ଣିଟି ଫଟୋସୁଟ୍‌ରୁ ସେମାନଙ୍କ ଖୁସି ସ୍ପଷ୍ଟ ଦେଖିବାକୁ ମିଳିଛି।

ଦୁହେଁ କଳା ରଂଗର ପୋଷାକ ପିନ୍ଧି ଫଟୋସୁଟ୍‌ କରାଇଥିବା ‌ବେଳେ ସେ ସମୟର ଏକ ଭିଡିଓ ବି ଦେଖିବାକୁ ମିଳିଛି। ତେବେ ନିକଟରେ ଅଭିନେତ୍ରୀ କାଜଲ ବି ଈଶିତାଙ୍କ ଗୋଦଭରାଇରେ ସାମିଲ୍‌ ହୋଇଥିଲେ। ସେ ଈଶିତା ଓ ବତ୍ସଲଙ୍କୁ ଶୁଭେଚ୍ଛା ଦେଇଥିଲେ।

୨୦୧୭ ମସିହାରେ ଅଭିନେତା ବତ୍ସଲ ସେଠକୁ ଲୁଚାଛପାରେ ବିବାହ କରିଥିଲେ ଈଶିତା। ଈଶିତା ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଈଶିତା ଏବଂ ବତ୍ସଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଈଶିତା ଟିଭି ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ‘ବେପନାହ’, ବିଗବସ’ ଏବଂ ‘ନଚ୍ ବଲିଏ’ ଆଦିରେ ତାଙ୍କୁ ଦେଖିବାକୁ ମିଳିଛି। ଖୁବ କମ୍ ଲୋକ ଜାଣିଥିବେ ଯେ, ଈଶିତା ହେଉନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସାନ ଭଉଣୀ।

ସମ୍ବନ୍ଧିତ ଖବର