ବୀର ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ଅଭିନେତା ଅଜୟ ଦେବଗନ

ମୁମ୍ବାଇ : ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍‌ ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିଙ୍ଘମ୍‌’ରେ ପୁଲିସକର୍ମୀଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ଅଜୟ ଦେବଗନ ଏହି ଫିଲ୍ମରେ ଜଣେ ବୀର ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି ।

oneindia.com

ଫିଲ୍ମର ନାଁ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ରଖା ଯାଇଥିବା ବେଳେ ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ । ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଅଧାରିତ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ବାଡନ ଲିଡର ବିଜୟ କାର୍ଣ୍ଣିକଙ୍କ ଭୂମିକାରେ ନଜର ଆସିବେ । ସ୍କ୍ବାଡନ ଲିଡର ବିଜୟ ୧୯୭୧ମସିହାରେ ଭାରତ-ପାକ୍‌ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଗୁଜୁରାଟର ଭୁଜ୍‌ ଏୟାରଫୋର୍ସ ବେସ୍‌ର ଇନ୍‌ଚାର୍ଜ ଥିଲେ । ଏହି ଫିଲ୍ମରେ ବାୟୁସେନାରେ ସଂଘର୍ଷକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଦର୍ଶକଙ୍କୁ ଏହା ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର