ସିଙ୍ଗାପୁର୍‌ରୁ ଆସିଥିବା ଅଜୟ-କାଜଲଙ୍କ ଝିଅ ରିପ‌ୋର୍ଟରେ କରୋନା ନେଗେଟିଭ୍‌, ଗୁଜବ ହେଉଥିଲା ଚର୍ଚ୍ଚା

ମୁମ୍ବାଇ: ନିକଟରେ ସୋସିଆଲ୍‌ ମିଡିଆରେ ଅଜୟ ଦେବଗନ୍‌ଙ୍କ ଝିଅ ନ୍ୟାସା କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ବୋଲି ଗୁଜବ ପ୍ରକାଶ ପାଇଥିଲା। ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅଜୟ। ସେ କହିଛନ୍ତି ଉଭୟ ମୋ ପତ୍ନୀ କାଜଲ ଓ ଝିଅ ନ୍ୟାସା ସୁସ୍ଥ ଅଛନ୍ତି। କେତେକ ଗଣମାଧ୍ୟମ ସଂସ୍ଥା ନିକଟରେ ଗୁଜବ ପ୍ରକାଶ କରିଥିଲେ ଯେ ନ୍ୟାସାଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। ତାଙ୍କୁ ହସ୍ପିଟାଲ୍‌ ନେଇ ଯାଇଥିଲେ ମାଆ କାଜଲ୍‌। କାଜଲଙ୍କ ରିପୋର୍ଟରେ ବି କରୋନା ପଜିଟିଭ୍‌ ବାହାରିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ମାତ୍ର ଏହାକୁ ଅସ୍ବୀକାର କରିଛନ୍ତି ଅଜୟ।

ଅଜୟ ଏକ ଟ୍ବିଟ୍‌ କରି ତାଙ୍କ ଝିଅ ଓ ପତ୍ନୀଙ୍କ ସଂପର୍କରେ ପ୍ରକାଶ ପାଇଥିବା ଏପରି ଏକ କଥାକୁ ଅସତ୍ୟ ଓ ଭିତ୍ତିହୀନ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ନ୍ୟାସା ସିଙ୍ଗାପୁରରୁ ଭାରତ ଫେରିଛନ୍ତି। ମାର୍ଜ ୨୦ ତାରିଖରେ ନ୍ୟାସାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା।

 

 

View this post on Instagram

 

#kajol with daughter #nysa Clicked at airport #yogenshah @yogenshah_s

A post shared by yogen shah (@yogenshah_s) on

ମାର୍ଚ ୨୮ ତାରିଖରେ ଏକ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଥିଲା ଯେ ନ୍ୟାସା କରୋନା ଦ୍ବାରା ଆକ୍ରାନ୍ତ। କାଜଲ ତାଙ୍କୁ ସାଥିରେ ହସ୍ପିଟାଲ୍‌ ନେଇ ଯାଇଛନ୍ତି। ଜାଣିରଖନ୍ତୁ ଯେ, ନ୍ୟାସାଙ୍କ ଶରୀରରେ କଫ, କାଶ, ଛିଙ୍କ ଆଦି କରୋନା ଲକ୍ଷ୍ୟଣ ଦେଖିବାକୁ ମିଳିଥିଲେ ବି ତାଙ୍କ ରିପୋର୍ଟରୁ କିନ୍ତୁ କରୋନା ନେଗେଟିଭ୍‌ ଆସିଛି।

ସମ୍ବନ୍ଧିତ ଖବର