୪୮ଘଣ୍ଟା ଧରି ଅଭିନେତା ଅଜୟଙ୍କ ଘରେ ଆୟକର ବିଭାଗ କରିଥିଲେ ଚଢ଼ଉ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ସିନେମା ‘ରେଡ୍‌’ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି। ଅଜୟ ନିଜେ ସିନେମାର ପ୍ରୋମୋସନ୍‌ କରୁଥିବାର ନଜର ଆସୁଛନ୍ତି। ନିକଟରେ ଅଜୟ ଏକ ସାକ୍ଷାତକାରକୁ ଆସିଥିଲେ। ଏହି ସାକ୍ଷାତକାରରେ ଯୋଗ ଦେବା ଅବସରରେ ଅଜୟ ସିନେମା ସମ୍ପର୍କରେ କହିବା ସହିତ ନିଜର କିଛି ଅନୁଭୂତି ସମ୍ପର୍କରେ କହିଥିଲେ।

ଅଜୟ କହନ୍ତି, ‘୧୯୯୦ ମସିହାରେ ଆୟକର ବିଭାଗ ଅଧିକାରୀ ମୋର ଘର ଉପରେ ଚଢ଼ଉ କରିଥିଲେ। ସେହି ସମୟରେ ମୁଁ ସୁଟିଂରେ ବ୍ୟସ୍ତ ଥିବାରୁ ଘରେ ନଥିଲି। ଅଧିକାରୀମାନେ ୪୮ଘଣ୍ଟା ଧରି ଘରେ ଚଢ଼ଉ କରିଥିଲେ ବି ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।’

ଅଜୟଙ୍କ ସିନେମା ‘ରେଡ୍‌’ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯେଉଁଥିରେ ସେ ଏକ ଆୟକର ବିଭାଗ ଅଧିକାରୀର ଭୂମିକା ନିଭାଉଛନ୍ତି। ସିନେମାରେ ଅଜୟଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ନିଜର ଆସିବେ। ଦୁହେଁ ଏହି ସିନେମା ପୂର୍ବରୁ ‘ବଦ୍‌ଶାହୋ’ରେ ନଜର ଆସି ସାରିଛନ୍ତି। ‘ରେଡ୍‌’ ସିନେମାର ନିର୍ଦ୍ଦେଶନା ରାଜମୁକାର ଗୁପ୍ତା ଦେଇଛନ୍ତି। ଏହି ସିନେମା ମାର୍ଚ୍ଚ ୧୬ରେ ସମଗ୍ର ଦେଶରେ ରିଲିଜ ହେବ।

ସମ୍ବନ୍ଧିତ ଖବର