ପୁଲଓ୍ଵାମା ଆକ୍ରମଣ ପରେ ଅଜୟ ଦେବଗନ୍ଙ୍କ ବଡ଼ ନିଷ୍ପତ୍ତି, ଜାଣିବା ପରେ ଲୋକେ କରୁଛନ୍ତି ପ୍ରଶଂସା
ମୁମ୍ବାଇ: ସାରା ଦେଶ ଫେବୃଆରୀ ୧୪ରେ ଘଟିଥିବା ଆତଙ୍କୀ ହାମ୍ଲାକୁ ଦେଶବାସୀ ଭୁଲି ପାରି ନଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ସାରା ଦେଶ । ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଏବେ ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଅଭିନେତା ଅଜୟ ଦେବ୍ଗନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ପାକିସ୍ତାନର ଏଭଳି ଅମାନବିକ ଘଟଣା ପରେ ଅଜୟ ଦେବ୍ଗନ୍ଙ୍କ ରିଲିଜ୍ ହେବାକୁ ଥିବା ଫିଲ୍ମ ଟୋଟାଲ ଧମାଲ ପାକିସ୍ତାନରେ ରିଲିଜ୍ କରାଯିବ ନାହିଁ ବୋଲି ଘୋଷଣା କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
In light of the current situation the team of Total Dhamaal has decided to not release the film in Pakistan.
— Ajay Devgn (@ajaydevgn) February 18, 2019
ଟୁଇଟରରେ ଅଜୟ ଦେବଗନ୍ ଏହି ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫେବୃଆରୀ ୨୨ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେଳେ ଏବେ ପାକିସ୍ତାନର ବାସିନ୍ଦା ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ ନାହିଁ । ଅଜୟଙ୍କ ଏଭଳି ନିଷ୍ପତ୍ତିି ତାଙ୍କ ପ୍ରଶଂସକଙ୍କ ସମେତ ଅନେକଙ୍କୁ ଖୁସି କରାଇ ପାରିଛି । ଜଣେ ବ୍ୟବହାରକାରୀ ସାର୍ ଆପଣ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କ ଟିମ୍ ଉପରେ ଆମେ ଗର୍ବିତ ବୋଲି ଲେଖିଥିବା ବେଳେ ଆଉ ଜଣେ ଅଜୟଙ୍କ ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।