ମୁମ୍ବାଇ: ‘ପୁଷ୍ପା: ଦ ରାଇଜ୍’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ସୋମବାର ସେ ଅପେକ୍ଷାର ଅନ୍ତ ଘଟାଇଥିଲେ ନିର୍ମାତା। ଇନଷ୍ଟାରେ ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ମୈଥରିଅଫିସିଆଲ ନିଜ ଇନଷ୍ଟା ପେଜରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲା। ଫିଲ୍ମଟି ଅଗଷ୍ଟ ୧୫, ୨୦୨୪ରେ ରିଲିଜ୍ ହେବ ବୋଲି ପୋଷ୍ଟରେ ଦେଖିବାକୁ ମିଳିଥିଲା।

Advertisment

ଏବେ ରିଲିଜ୍ ତାରିଖକୁ ନେଇ ବଲିଉଡ ଅଭିନେତା ଅଜୟ ଦେବଗନ, ଅଲ୍ଲୁ ଅର୍ଜୁନଙ୍କ ଉପରେ ରାଗିଥିବା କୁହାଯାଉଛି। ଚର୍ଚ୍ଚା ହେଉଛି ଯେ, "୨୦୨୪ର ଚଳଚ୍ଚିତ୍ର କ୍ୟାଲେଣ୍ଡର ଅନୁଯାୟୀ ଅଜୟ ଦେବଗନ୍ ଆସନ୍ତା ବର୍ଷ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ବ୍ଲକବଷ୍ଟର ଫ୍ରାଞ୍ଚାଇଜ୍ 'ସିଙ୍ଘମ୍'ର ତୃତୀୟ ଭାଗ ମୁକ୍ତିଲାଭ କରାଇବାକୁ ନିଷ୍ପତ୍ତି ନେଇଥିଲେ। ହେଲେ 'ପୁଷ୍ପା ୨' ଅଗଷ୍ଟ ୧୫ରେ ରିଲିଜ୍ ହେବ ବୋଲି ଘୋଷଣା କରାଯିବାରୁ ଅଜୟ ଦେବଗନ 'ପୁଷ୍ପା' ଟିମ୍ ଉପରେ ରାଗିଥିବା କୁହାଯାଉଛି।

'ପୁଷ୍ପା ୨' ହେତୁ ଅଜୟଙ୍କୁ ତାଙ୍କ ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ପଡିଛି। ବର୍ତ୍ତମାନ ଅଜୟ ଏବଂ ରୋହିତ ସେଟ୍ଟୀ 'ସିଙ୍ଘମ୍'ର ନୂଆ ରିଲିଜ୍ ତାରିଖ ଉପରେ ବିଚାର କରୁଛନ୍ତି। 'ସିଙ୍ଘମ୍-୩'ର ରିଲିଜ୍ ତାରିଖ  ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ସବୁ ଜାଣି ବି ପୁଷ୍ପା ଟିମ୍ ଏଭଳି ନିଷ୍ପତ୍ତି ନେବାଟା ଅଜୟ ଓ ରୋହିତ ପସନ୍ଦ କରିନାହାନ୍ତି। ପୁଷ୍ପା ଟିମକୁ ତାରିଖ ବିଷୟରେ ଜଣାଇ ନିଷ୍ପତ୍ତି ନେବାର ଥିଲା, ହେଲେ ସେମାନେ ଏଭଳି କରିନଥିବାରୁ ଅଜୟ ବିରକ୍ତି ପ୍ରକାଶ କରିଥିବା କୁହାଯାଉଛି।"