ମୁମ୍ବାଇ: କାଜୋଲ ଏବଂ ଅଜୟ ଦେବଗନଙ୍କ ନାମ ମଧ୍ୟ ବଲିଉଡର ଆଦର୍ଶ ଦମ୍ପତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ | ଅଜୟ-କାଜୋଲ ଅନେକ ଚଳଚ୍ଚିତ୍ରରେ କାମ କରିଥିବା ବେଳେ ପ୍ରେମରେ ପଡ଼ିଥିଲେ ଏବଂ ବିବାହ କରିଥିଲେ। ସେମାନଙ୍କ ପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୁଏ | କିନ୍ତୁ ପ୍ରକୃତରେ କାଜୋଲ ପ୍ରଥମେ ଅଜୟ ଦେବଗନଙ୍କୁ ନୁହେଁ ଅନ୍ୟ ଜଣେ ଅଭିନେତାଙ୍କୁ ପସନ୍ଦ କରୁଥିଲେ।
ଅଭିନେତାଜଣକ ଶାହାରୁଖ ଖାନ ବୋଲି ଆପଣ ଭାବୁଥିବେ, କାରଣ ଦୁହିଁଙ୍କର ବନ୍ଧୁତା ଖୁବ ନିବିଡ଼। ହେଲେ କାଜୋଲଙ୍କ ପ୍ରଥମ ପସନ୍ଦ ଶାହରୁଖ ନୁହନ୍ତି ବରଂ ଅକ୍ଷୟ କୁମାର ଥିଲେ। ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର 'ଦି କପିଲ ଶର୍ମା ସୋ'ରେ ଏ ବିଷୟରେ ଖୁଲାସା କରିଥିଲେ।
ଏହି ସୋ’ରେ କରଣ ଜୋହର କହିଥିଲେ ଯେ, "ଯେତେବେଳେ ଫିଲ୍ମ 'ହିନା'ର ପ୍ରିମିୟର୍ ହୋଇଥିଲା, ସେତେବେଳେ କାଜଲ, ଅକ୍ଷୟ କୁମାରଙ୍କୁ ବହୁତ ପସନ୍ଦ କରୁଥିଲେ। ମୋର ମନେ ଅଛି ପୂରା ପ୍ରିମିୟରରେ ସେ ଅକ୍ଷୟଙ୍କୁ ଖୋଜୁଥିଲେ ଏବଂ ମୁଁ ତାଙ୍କ ସାଥ୍ ଦେଇଥିଲି। ସେବେଠୁ ଆମର ବନ୍ଧୁତା ନିବିଡ଼ ହୋଇଥିଲା। "
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/djjbyHYBx6OBUBO1HD9K.jpg)
