ମୁମ୍ବାଇ: ବାତ୍ୟା ତୌତେ ପ୍ରଭାବରେ ମୁମ୍ବାଇରେ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ଅଭିନେତା ଅଜୟ ଦେବଗନ୍ଙ୍କ ଆଗାମୀ ଚଳଚ୍ଚିତ୍ର ‘ମୈଦାନ’ ଚଳଚ୍ଚିତ୍ର ସେଟ୍କୁ ମଧ୍ୟ ଧ୍ବଂସ କରି ପକାଇଛି। ଖବରରୁ ଜାଣିବାକୁ ମିଳିଛି ଯେ ଅଜୟ ତାଙ୍କ ସେଟ୍କୁ ସୁରକ୍ଷିତ ରଖିବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସବୁ ବୃଥା ଯାଇଛି।
ଇଟାଇମ୍ସର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ବାତ୍ୟାରେ କେହି ମୃତାହତ ହୋଇ ନଥିଲେ ବି ମୁମ୍ବାଇର ସୀମାନ୍ତ ଏହି ବାତ୍ୟାରେ ପୂରାପୂରି ଭାବେ ନଷ୍ଟ ହୋଇ ଯାଇଛି।
ସୂତ୍ରରୁ ଜାଣିବାକୁ ମିଳିଛି ଯେ ତୌତେ ସେଟ୍କୁ ଧ୍ବଂସ କରିବା ସମୟରେ ସେଟ୍ରେ ୪୦ ଜଣ ଉପସ୍ଥିତ ଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ମୈଦାନ’ ପାଇଁ ଏହା ହେଉଛି ଦ୍ବିତୀୟ ବଡ଼ କ୍ଷତି।
YouTubeପୂର୍ବରୁ ୨୦୨୦ ମସିହାରେ ଏହି ଚଳଚ୍ଚିତ୍ର ସୁଟିଂ ପାଇଁ ୧୬ ଏକରର ଏକ ସେଟ୍ ନିର୍ମାଣ ହୋଇଥିଲେ ବି କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ପାଇଁ ସେସବୁକୁ ବନ୍ଦ କରା ଯାଇଥିଲା।
‘ମୈଦାନ’ ଚଳଚ୍ଚିତ୍ରଟି ଦିବଂଗତ ଫୁଟବଲ୍ ଖେଳାଳି ସୟଦ ଅବଦୁଲ୍ ରହିମ୍ଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଏଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତ୍ରୀ ପ୍ରିୟମଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-136.jpg)