ସେଲ୍ଫି ନେବାକୁ ସ୍ବାମୀଙ୍କୁ କହିଲେ କାଜଲ୍, ଅଜୟ ଦେବଗନ୍ କଲେ ଏପରି କାମ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ୍ ଓ ତାଙ୍କ ସ୍ବାମୀ ଅଜୟ ଦେବଗନଙ୍କ ଘନିଷ୍ଠତା ବିଷୟରେ କାହାକୁ ବା ଅଛପା! ଇଣ୍ଡଷ୍ଟ୍ରିର କେତେ ଜଣ ବଛା ବଛା ସୁଖୀ ଦମ୍ପତିଙ୍କ ମଧ୍ୟରୁ କାଜଲ ଓ ଅଜୟ ଅନ୍ୟତମ। ସେମାନେ ଅନେକ ସମୟରେ ପରସ୍ପରଙ୍କୁ ନେଇ ମିଠା ମିଠା ବୟାନ ଦେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାନ୍ତି। ସେ ଦୁହଁଙ୍କର ଏପରି ଅନ୍ଦାଜକୁ ପ୍ରଶଂସକମାନେ ବି ବେଶ୍ ପସନ୍ଦ କରି ଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଭାଇରାଲ୍ ହୋଇଛି କାଜଲ୍ଙ୍କର ଏକ ଇନ୍ଷ୍ଟା ପୋଷ୍ଟ୍। ପୋଷ୍ଟ୍ରେ କାଜଲ୍ ଯାହା ଲେଖିଛନ୍ତି ତାହା ସଭିଙ୍କୁ ମଜାର ଖୋରାକ ଯୋଗାଇଛି। କାଜଲ୍ ନିଜର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଯାହାକି ସ୍ପଷ୍ଟ ଭାବେ ଦେଖିବାକୁ ମିଳିିଛି ଯେ ତାହାକୁ ଅନ୍ୟ ଜଣେ କ୍ଲିକ୍ କରିଛନ୍ତି। ମାତ୍ର ମଜାଦାର୍ କଥା ହେଉଛି କାଜଲ ଅଜୟଙ୍କୁ ସେଲ୍ଫି ନେବା ପାଇଁ କହିବା ପରେ ଅଜୟ କାଜଲଙ୍କର ଏହି ଫଟୋ କ୍ଲିକ୍ କରି ଦେଇଛନ୍ତି। ଯଦିଓ ଆପଣ ସମସ୍ତେ ଜାଣନ୍ତି, ସେଲ୍ଫି କହିଲେ ନିଜେ ନିଜ ଫଟୋ କ୍ଲିକ୍ କରିବା। ମାତ୍ର ଅଜୟ ଦେବଗନ୍ ନିଜେ ଏହି ଫଟୋରେ ନାହାନ୍ତି।
କାଜଲ୍ ଫଟୋରେ କ୍ୟାପ୍ସନ୍ ଦେଇଛନ୍ତି, ‘ମୁଁ କହିଲି, ବେବି ଚାଲନା ଗୋଟାଏ ସେଲ୍ଫି ନେବା। ସେ ମୋତେ କହିଲେ ସେଠାରେ ଯାଇ ବସ ମୁଁ ତୁମର ଫଟୋ କ୍ଲିକ୍ କରୁଛି। ତାପରେ ମୁଁ ତାଙ୍କୁ କହିଲି କି ସେଲ୍ଫି ମାନେ ଆମେ ଦୁଇ ଜଣ ବସି କେହି ଜଣେ ଫଟୋ ଉଠାଇବା।।’ ଶେଷରେ ଅଜୟଙ୍କ ପ୍ରତିକ୍ରିୟା ସେ ଏକ ଇମୋଜି ଦେଇ ଜଣାଇଛନ୍ତି।