କେବଳ ରୋଗ ନୁହେଁ, ଜୀବନଜୀବିକା ଛଡ଼ାଇ ନେଇଛି କରୋନା। ଏ ସମୟରେ ରଙ୍ଗିନ୍‌ ଦୁନିଆ ସହ ଜଡ଼ିତ ମଣିଷମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି ଅଭିନେତା ଅଜୟ ଦେବଗନ ଏକ ସୁନ୍ଦର ନିଷ୍ପତ୍ତି ନେଇଛନ୍ତି। ସୁପରଷ୍ଟାର ହୁଅନ୍ତୁ କି ଫିଲ୍ମମେକର, ଏପରିକି ୟୁନିଟ୍‌ରେ କାମ କରୁଥିବା ଲାଇଟମ୍ୟାନ୍, ସେଟ୍ ଡେକୋରେଟର କ୍ୟାମେରା ଆଟେଣ୍ଡାଣ୍ଟ; ସମସ୍ତେ କୋଭିଡ୍ ସଂକ୍ରମଣ ପ୍ରକ୍ରିୟାର ଶିକାର ହେଇ ନିଜର ଜୀବନଜୀବିକା ହରାଇଛନ୍ତି। ଦୀର୍ଘଦିନ ହେବ ସିନେ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଜୟ ଏମାନଙ୍କ ଅଭାବନୀୟ ଅବସ୍ଥା ଦେଖି ମ୍ରିୟମାଣ ହେଇଛନ୍ତି।

Advertisment

ଅଜୟ ଏକ ପ୍ରାଇଭେଟ ହେଲ୍‌ଥ କେୟାର୍‌ ୟୁନିଟ୍‌ ଖୋଲିଛନ୍ତି। ଏବେ ତାଙ୍କ ହେଲଥ କେୟାର ୟୁନିଟରେ ଅନ୍ୟୂନ ଚାରି ଶହ ଲୋକ ଚିକିତ୍ସିତ ହେଉଛନ୍ତି। ଅଜୟଙ୍କ ଦ୍ବା‌ରା ଗଢ଼ି ଉଠିଥିବା ଏନ୍‌ୱାଇ ଫାଉଣ୍ଡେସନ୍‌ ଏବେ ଲୋକଙ୍କୁ ଟିକା ଦେଉଛି। ଏମାନଙ୍କ ମଧ୍ୟରେ ଜଣେ ମିଡିଆ ପ୍ରଫେସନାଲ ମଧ୍ୟ ଅଛନ୍ତି। ସେ ଅଜୟଙ୍କ ଏନୱାଇ ଫାଉଣ୍ଡେସନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଅଜୟ କେବଳ ଭଲ ଅଭିନେତା ନୁହଁନ୍ତି, ତାଙ୍କ ଭିତରେ ଭଲ ମଣିଷପଣିଆ ମଧ୍ୟ ଅଛି। ମହାମାରୀ ପରିସ୍ଥିତିରେ ଅଜୟଙ୍କ ଅବଦାନ ଅତୁଳନୀୟ। ସେ ନିଜକୁ ଯେଭଳି ଭାବରେ ଲୋକଙ୍କ ସେବାରେ ନିୟୋଜିତ କରିଛନ୍ତି, ତାହା ଅବିସ୍ମରଣୀୟ ହେଇ ରହିବ।