ଧାଡ଼ି ଭାଙ୍ଗି ମତଦାନ କରିବାକୁ ଯିବାରୁ ବିବାଦରେ ସାଉଥ୍‌ ସୁପରଷ୍ଟାର ଅଜିତ୍‌

ନୂଆଦିଲ୍ଲୀ : ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ଅନେକ ବଡ଼ ବଡ଼ ନେତା-ଅଭିନେତା ମତଦାନ କରିଥିଲେ । ମତଦାନ ସମୟରେ କିଛି ସ୍ଥାନରେ ବିଶୃଙ୍ଖଳା ହୋଇଥିବା ମଧ୍ୟ ଦେଖା ଯାଇଥିଲା । ସାଉଥ୍‌ ସୁପରଷ୍ଟାର ଅଜିତ୍‌ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଧାଡ଼ିରେ ଠିଆ ନ ହୋଇ ସିଧା ମତଦାନ କେନ୍ଦ୍ରକୁ ଚାଲି ଯାଇଥିବାରୁ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନେଇ ବିବାଦ ଦେଖା ଯାଇଥିଲା । ଯାହା ପରେ ସୁରକ୍ଷାକର୍ମୀମାନଙ୍କ ଦ୍ୱାରା ସମାଧାନ କରାଯାଇଥିଲା ।

msn.com

ସୂଚନା ମୁତାବକ, ଅଜିତ୍‌ ଏବଂ ଶାଳିନୀ ଥିରୁଭନମିୟୁରରେ ଥିବା ସ୍କୁଲରେ ଭୋଟ୍‌ ଦେବା ପାଇଁ ପହଞ୍ଚିଥିଲେ । ଏ ସମୟରେ ଅଜିତ୍‌ଙ୍କୁ ଦେଖି ତାଙ୍କ ପ୍ରଶଂସକ ତାଙ୍କୁ ଘେରି ଯିବା ସହ ସେଲ୍‌ଫି ନେବା ଆରମ୍ଭ କରି ଦେଇଥିଲେ । ଅଭିନେତା ଅଜିତ୍‌ ଆସିବା ପରେ ସବୁ ବ୍ୟବସ୍ଥା ଅବ୍ୟବସ୍ଥାରେ ପରିଣତ ହୋଇ ଯାଇଥିଲା । ପରିସ୍ଥିତିକୁ ଦେଖି ମୁତୟନ ଥିବା ସୁରକ୍ଷାକର୍ମୀ ଅଜିତ୍‌ ଏବଂ ଶାଳିନୀଙ୍କୁ ସିଧା ମତଦାନ କେନ୍ଦ୍ରକୁ ନେଇ ଯାଇଥିଲେ । ଏହା ଦେଖି ଧାଡ଼ିରେ ଠିଆ ହୋଇଥିବା ଦୁଇ ମହିଳା ଅଭିଯୋଗ କରିବା ସହ ପାଟି କରିବା ଆରମ୍ଭ କରିଥିଲେ । କିନ୍ତୁ ପରେ ସୁରକ୍ଷାକର୍ମୀ ତାଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ସମ୍ବନ୍ଧିତ ଖବର