ମୃତ୍ୟୁ ପୂର୍ବ ରାତିରେ ଏହି ବ୍ୟକ୍ତିଙ୍କ ସହ ହୋଟେଲକୁ ଆସିଥିଲେ ଅଭିନେତ୍ରୀ: ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ: ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣସୀର ଏକ ହୋଟେଲରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଖବର ଗତ ରବିବାର ଅପରାହ୍ନରେ ସାମ୍ନାକୁ ଆସିଥିଲା। ତାଙ୍କ ବ୍ୟବ‌ଚ୍ଛେଦ ରିପ‌ୋର୍ଟ ବି ଆସି ଯାଇଛି। ଯେଉଁଥିରେ ସେ ଫାଶୀ ଲଗାଇ ଜୀବନ ହାରିଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଆକାଂକ୍ଷାଙ୍କ ମା’ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।

ଏହି କ୍ରମରେ ଆକାଂକ୍ଷାଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତିଙ୍କ ସହିତ ଆକାଂକ୍ଷା ହୋଟେଲରେ ପହଞ୍ଚିଥିଲେ। ଆକାଂକ୍ଷା ବୁକ କରିଥିବା ୧୦୫ ନମ୍ବର ରୁମରେ ବି ଉକ୍ତ ବ୍ୟକ୍ତିଜଣକ କିଛି ସମୟ ଅଭିନେତ୍ରୀଙ୍କ ସହ ରହିଥି‌ଲେ। ଅର୍ଥାତ ୧୭ ମିନିଟ ରହିବା ପରେ ନିଜ କାର ଧରି ହୋଟେଲରୁ ବ‌ାହାରି ଆସିଥିଲେ ସେହି ବ୍ୟକ୍ତି।

ଭିଡିଓରେ ଆକାଂକ୍ଷାଙ୍କ ସହିତ ଥିବା ଯୁବକଙ୍କ ନାମ ସନ୍ଦୀପ ସିଂହ ବୋଲି ଜଣାପଡ଼ିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆକାଂକ୍ଷାଙ୍କ ପରିବାରଲୋକ ପ୍ରଶ୍ନ କରିଛନ୍ତି କି କିପରି ପୁଲିସ ଏଯାବତ ସନ୍ଦୀପ ସିଂହଙ୍କୁ ଧରି ନାହିଁ କି ଝିଅର ମୃତ୍ୟୁକୁ ନେଇ କୌଣସି ପ୍ରଶ୍ନ ପଚାରି ନାହିଁ।

ମାର୍ଚ୍ଚ ୨୬ ସକାଳେ ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସହିତ ଆକାଂକ୍ଷାଙ୍କ ନୂତନ ଗୀତ ରିଲିଜ ହୋଇଥିଲା ବେଳେ ସେ ଅପରାହ୍ନରେ ଜୀବନ ହାରିବା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଆକାଂକ୍ଷଙ୍କ ଶେଷ ଭିଡିଓର ଶୀର୍ଷକ ରହିଛି ‘ଆରା କଭି ହାରା ନୈହିଁ’ ।

ସମ୍ବନ୍ଧିତ ଖବର