ମୋର ମା’କୁ ବଞ୍ଚାଇ ଦେଲ…’ କହି ରାସ୍ତା ଉପରେ ଭୋଭୋ ହୋଇ କାନ୍ଦିଲେ ରାକ୍ଷୀ ସାୱନ୍ତ

ନୂଆଦିଲ୍ଲୀ: କର୍କଟ ସହିତ ଲଢ଼ୁଥିବା ରାକ୍ଷୀ ସାୱନ୍ତଙ୍କ ମା’ଙ୍କ ସଫଳ କର୍କଟ ଅସ୍ତ୍ରୋପଚାର ହୋଇଛି। ତାଙ୍କର ଅନେକ ଦିନ ହେବ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ରାକ୍ଷୀ ଅନେକ ଥର ମିଡିଆରେ ଆଲୋଚନା ମଧ୍ୟ କରିଛନ୍ତି।

ତେବେ ରାକ୍ଷୀ ସାୱନ୍ତଙ୍କୁ ସାହାଯ୍ୟ ପାଇଁ ସଲମାନ ଖାନ ଆଗେଇ ଆସିଥିଲେ। ସେ ରାକ୍ଷୀଙ୍କ ମା’ଙ୍କ ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଇ ଦେଇଥିଲେ। ମା’ଙ୍କ ସଫଳ ଅସ୍ତ୍ରୋପଚାର ପରେ ରାକ୍ଷୀ ସମସ୍ତଙ୍କ ସାମ୍ନାରେ ସଲମାନ ଖାନ ଓ ସୋହେଲ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାକ୍ଷୀ ରାସ୍ତାରେ ମୁଣ୍ଡ ଲଗାଇ ଭୋଭୋ ହୋଇ କାନ୍ଦି ସଲମାନ ଖାନଙ୍କୁ ଧନ୍ୟବାଦ ଦେବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାକ୍ଷୀ କହୁଛନ୍ତି, ଆଜି ସକାଳେ ମୋର ମା’ଙ୍କ ଅସ୍ତ୍ରୋପଚାର ହୋଇଛି। ସଲମାନ ଭାଇ ଧନ୍ୟବାଦ .. ମୋର ମା’ଙ୍କୁ ବଞ୍ଚାଇ ଦେଇଛ। ଡାକ୍ତରଙ୍କ କହିବାନୁସାରେ ମା’ଙ୍କୁ ଆଣିବାରେ ଯଦି ବିଳମ୍ବ ହୋଇଥାଆନ୍ତା ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା।

ରାକ୍ଷୀ କାନ୍ଦିକାନ୍ଦି ଆଗକୁ କହୁଛନ୍ତି, ‘‘ମୋର କିଛି ଆବଶ୍ୟକ ନାହିଁ, କେବଳ ମା’ ଦରକାର। ମା’ ମୋର ସବୁକିଛି। ଥ୍ୟାଙ୍କ ୟୁ ସୋହେଲ ଭାଇ, ଥ୍ୟାଙ୍କ ୟୁ ସଲମାନ ଭାଇ। ମୋର ମା’କୁ ନୂଆ ଜୀବନ ଦେଇଥିବାରୁ। ସଲମାନ ଭାଇ ଦୁନିଆର ସବୁଠାରୁ ବଡ଼ ଡାକ୍ତର ବୁଝିବା ସହିତ ମା’ଙ୍କ ଅସ୍ତ୍ରୋପଚାରର ସମସ୍ତ ପ୍ରକାର ବନ୍ଦୋବସ୍ତ କରି ଦେଇଥିଲେ। ଧନ୍ୟବାଦ ଭଗବାନ ସଲମାନ ଭାଇଙ୍କୁ ମୋ ଜୀବନକୁ ଆଣିଥିବାରୁ।’’

ସମ୍ବନ୍ଧିତ ଖବର