୨୦୧୯ରେ ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାର, ନିର୍ଦ୍ଧାରିତ ହୋଇ ସାରିଛି ପାର୍ଟି ଏବଂ ସିଟ୍‌ !

ଜଲନ୍ଧର : ବଲିଉଡ୍‌ର ସୁପରଷ୍ଟାର ଅକ୍ଷୟ କୁମାର ରାଜନୀତିରେ ପାଦ ରଖିବାକୁ ଯାଉଥିବା ସୂଚନା ମିଳିଛି । ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଅକ୍ଷୟ ବିଜେପିରୁ ନିର୍ବାଚନ ଲଢ଼ିବେ ବୋଲି ଜଣା ପଡ଼ିଛି । ଅକ୍ଷୟ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ହୋଇଥିବା ବେଳେ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଫିଲ୍ମ ମଧ୍ୟ କରି ସାରିଛନ୍ତି । ଆଗରୁ ସେ ରାଜନୀତିକୁ ଆସିବା ନେଇ ଏତେଟା ଚର୍ଚ୍ଚା ହୋଇ ନଥିବା ବେଳେ ଏବେ ବିଜେପିରୁ ନିର୍ବାଚନ ଲଢ଼ିବା ଖବର ଶୁଣି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏଥର ଲୋକସଭା ନିର୍ବାଚନରେ ଲୁଧିଆନାରୁ ଲଢ଼ିବାକୁ ବିଜେପି ଏଥର ଅକ୍ଷୟ କୁମାରଙ୍କୁ ଟିକେଟ୍‌ ଦେଉଥିବା ଜଣା ପଡ଼ିଛି ।

Bollywoodlife.com

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଞ୍ଜାବକୁ ନେଇ ଅଧିକ ଗମ୍ଭୀର ଥିବା ବେଳେ ଅଭିନେତା ଅକ୍ଷୟ କୁମାରଙ୍କ ସହ ସେ ଲଗାତାର ସଂପର୍କରେ ଥିବା ଜଣା ପଡ଼ିଛି । ଯଦି ଅକ୍ଷୟ କୁମାର ଲୁଧିଆନାରୁ ନିର୍ବାଚନ ଲଢ଼ୁଛନ୍ତି ତେବେ କଂଗ୍ରେସ ଦଳର ପ୍ରାର୍ଥୀ ମନିଷ ତିଓ୍ଵାରୀଙ୍କୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ । ପଞ୍ଜାବରେ କଂଗ୍ରେସର ରାଜ ଚାଲୁଥିବାରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଅମିତ ଶାହା ଏପରି ଉପାୟ ଆପଣାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର