ମୋର ୮ ଘଣ୍ଟା ଅନ୍ୟ ଅଭିନେତାଙ୍କର ୧୪ ଘଣ୍ଟା ସହ ସମାନ: ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ଷସାରା ଫିଲ୍ମ ସୁଟିଂରେ ବ୍ୟସ୍ତ ଥାଆନ୍ତି । ଅକ୍ଷୟ କୁମାର ବଲିଉଡର ଏମିତି ଜଣେ ଅଭିନେତା ଯିଏ କି ବର୍ଷକ ମଧ୍ୟରେ ସର୍ବାଧିକ ଫିଲ୍ମ କରିଥାନ୍ତି | ବର୍ଷସାରା ତାଙ୍କର ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ | ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବା ଦିନଠାରୁ ମନ୍ଥର ଗତିରେ ଚଳଚ୍ଚିତ୍ର ନିର୍ମାଣ କରିନାହାଁନ୍ତି। କିନ୍ତୁ ନିକଟରେ ଅକ୍ଷୟ କୁମାରଙ୍କୁ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଟ୍ରୋଲ କରିଥିଲେ | ଫିଲ୍ମ ସୁଟିଂ ତରବରିଆ ଭାବେ ସାରିଦେଉଥିବାରୁ କିଛି ଫିଲ୍ମ ହିଟ ହେଉନାହିଁ ବୋଲି ଟ୍ରୋଲର୍ସ କହିଥିଲେ । ଯାହାକୁ ନେଇ ଅକ୍ଷୟ କୁମାର ବର୍ତ୍ତମାନ ଉତ୍ତର ଦେଇଛନ୍ତି। ଚଳଚ୍ଚିତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ସର୍ବାଧିକ ଛୁଟି ନେବା ସତ୍ତ୍ୱେ ସେ ଗୋଟିଏ ବର୍ଷରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିବାରେ ସଫଳ ହୁଅନ୍ତି। ସେ କହିଛନ୍ତି “ମୋର କ୍ୟାରିୟର ଆରମ୍ଭ ସମୟରେ, ଲୋକମାନେ ମୋତେ ପଚାରିଥିଲେ ଯେ କାହିଁକି ମୁଁ ଗୋଟିଏ ବର୍ଷରେ ଚାରୋଟି ଚଳଚ୍ଚିତ୍ରରେ କାମ କରେ | ଲୋକମାନେ ମୋତେ ସବୁବେଳେ କହୁଥିଲେ ଯେ ମୁଁ ଫିଲ୍ମ ସୁଟିଂ କରିବାକୁ ଅଧିକ ଦିନ ନେବା ଉଚିତ |

କିନ୍ତୁ ଏହା ସତ ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିର ଯେକୌଣସି ବ୍ୟକ୍ତିଙ୍କଠାରୁ ସର୍ବାଧିକ ଛୁଟି ନେଇଥାଏ | ମୁଁ ରବିବାର ଦିନ କାମ କରେ ନାହିଁ | ମୁଁ ସବୁବେଳେ ଶନିବାର ଦିନ ଅଧା ଦିନ କାମ କରେ’। ଅକ୍ଷୟ କୁମାର କହିଛନ୍ତି, “ମୁଁ ଫିଲ୍ମ ସେଟରେ ଦିନକୁ ମାତ୍ର ୮ ଘଣ୍ଟା ବିତାଇଥାଏ, କିନ୍ତୁ ମୁଁ ସେହି ୮ ଘଣ୍ଟା ମଧ୍ୟରେ ଭ୍ୟାନିଟି ଭ୍ୟାନରେ ଗୋଟିଏ ମିନିଟ ବି ବିତାଇ ନଥାଏ। ମୁଁ ସବୁବେଳେ ଫିଲ୍ମ କରେ। ମୋର ୮ ଘଣ୍ଟା ଅନ୍ୟ କୌଣସି ଅଭିନେତାଙ୍କ ୧୪-୧୫ ଘଣ୍ଟା ସହିତ ସମାନ । ଏହା ହେଉଛି ଚଳଚ୍ଚିତ୍ର ପ୍ରତି ମୋର ପ୍ରତିବଦ୍ଧତା। “ଅକ୍ଷୟ କୁମାରଙ୍କୁ ଶେଷ ଥର ସମ୍ରାଟ ପୃଥ୍ଵୀରାଜରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ରକ୍ଷାବନ୍ଧନ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଏହା ପରେ ରାମସେତୁ, ସେଲ୍ଫି,ରେ ମଧ୍ୟ ଅକ୍ଷୟ କୁମାର ନଜର ଆସିବେ।

ସମ୍ବନ୍ଧିତ ଖବର