ଫାର୍ମ ହାଉସ୍‌ରୁ ମୃତଦେହ ମିଳିବା ପରେ ବିବାଦରେ ଅଭିନେତା ନାଗାର୍ଜୁନ

ନୂଆଦିଲ୍ଲୀ : ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ବୁଧବାର ଏକ ଅଜଣା ଶବ ଉଦ୍ଧାର ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜୈବିକ ଚାଷ ପାଇଁ ନାଗାର୍ଜୁନ ନିଜର ଫାର୍ମର ସର୍ଭେ କରିବାକୁ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ । ସର୍ଭେ ସମୟରେ ଯୁବକଜଣଙ୍କ ଅଜଣା ଶବ ଦେଖି ଅଶ୍ଚର୍ଯ୍ୟ ହୋଇଯିବା ସହ ଖବରଟି ଏବେ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Image result for akkineni-nagarjuna
Zee News

ସୂଚନା ମୁତାବକ, ନାଗାର୍ଜୁନଙ୍କ ପରିବାର କିଛି ବର୍ଷ ତଳେ ଏହି ଜାଗାକୁ କିଣିଥିଲେ । କିନ୍ତୁ ଏହାର କୌଣସି ବ୍ୟବହାର କରାଯାଇ ନଥିଲା । କିଛି ଦିନ ତଳେ ନାଗାର୍ଜୁନ ନିଜ ପତ୍ନୀ ଅମଲାଙ୍କ ସହ ଯାଇ ସେଠାରେ ଗଛ ଲଗାଇଥିଲେ । କିନ୍ତୁ ତାଙ୍କୁ ଏ ବିଷୟରେ ଜଣା ନଥିଲା । ତେବେ ଯାଞ୍ଚ ପରେ ମୃତଦେହଟି ୬ମାସ ପୁରୁଣା ବୋଲି ଜଣା ପଡ଼ିଥିବା ବେଳେ ମୃତଦେହର ପରିଚୟ ଜାଣିବାକୁ ଚେଷ୍ଟା କରୁଛି ପୁଲିସ ।

ସମ୍ବନ୍ଧିତ ଖବର