ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ମୁକ୍ତିଲାଭ ପୂର୍ବରୁ ଏହାର ତାରକାମାନେ ଏକ ଥିଏଟର୍ ହଲରେ ଏକାଠି ହେଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଅକ୍ଷୟ କୁମାର, ଅଜୟ ଦେବଗନ୍ ଓ ରଣବୀର ସିଂହ। ଅକ୍ଟୋବର ୨୨ରୁ ମହାରାଷ୍ଟ୍ର ସରକାର ଥିଏଟର ଖୋଲିବାକୁ ଅନୁମତି ଦେବାପରେ ସିନେ ନିର୍ମାତାମାନେ ଉତ୍ସାହିତ ହେଇଛନ୍ତି। ଥିଏଟରରେ ସ୍କ୍ରିନିଂ ହେବାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’। ଶୁଣାଯାଉଛି ଏହା ୨୦୨୨ ମାର୍ଚ୍ଚରେ ମୁକ୍ତିଲାଭ କରିବ।
ତେବେ ପୂଜା ସିଜିନରେ ମୁକ୍ତିଲାଭ କରିବାକୁ ଥିବା ଏକାଧିକ ସିନେମା ଭିତରେ ‘ସୂର୍ଯ୍ୟବଂଶୀ’ ମଧ୍ୟ ଆଶାୟୀ ଥିଲା। ହେଲେ ଦର୍ଶକାଦୃତିକୁ ଭରସା କରି ନ ପାରି ଏହା ପ୍ରେକ୍ଷାଳୟକୁ ଆସିଲାନାହିଁ। ହେଲେ ଏହାର ମୁକ୍ତିଲାଭର ପ୍ରତୀକ୍ଷା ଏତେ ବ୍ୟଥିତ ହେଇଛି ଯେ ନିର୍ମାତା-ନିର୍ଦ୍ଦେଶକ ଓ ଏଥିରେ ଅଭିନୟ କରିଥିବା ତାରକାମାନେ ମିଳିମିଶି ଏଇ ଚଳଚ୍ଚିତ୍ରର କିଛି ଦୃଶ୍ୟାୟନକୁ ଦଶହରା ଅବସରରେ ଥିଏଟରରେ ନିଜ ୟୁନିଟ୍ ସଦସ୍ୟଙ୍କୁ ଦେଖାଇଛନ୍ତି। ଏମାନଙ୍କ ଭିତରୁ ସାଧାରଣ ଜନତାଙ୍କୁ କିଏ ପୁଣି କହିଛି- ଚଳଚ୍ଚିତ୍ରର ଏହା ମାତ୍ର ମଧ୍ୟାନ୍ତର, ଆପଣ ଆସନ୍ତୁ ଏଇ ଦୀପାବଳିରେ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ଆମୂଳଚୂଳ ଦେଖିବେ। ଏଥିରେ କେବଳ ସିଙ୍ଘମ୍ ହିରୋ ଅଜୟ ଦେବଗନ୍ ନୁହନ୍ତି କି ସିମ୍ବା ହିରୋ ରଣବୀର ନୁହନ୍ତି ବରଂ ଗୁଲସନ୍ ଗ୍ରୋଭର ଓ କ୍ୟାଟ୍ରିନା କୈଫ୍ଙ୍କୁ ଦେଖିବାକୁ ମିଳିବ।