କରୋନା କଟକଣା ଓ ନାମକରଣକୁ ନେଇ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ ବର୍ଷରେ ଅକ୍ଷୟଙ୍କ ୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ସବୁଯାକ ବକ୍ସ-ଅଫିସ୍ରେ ସୁପରହିଟ୍ ପ୍ରମାଣିତ ହୋଇଛି। ଆଜି ଅର୍ଥାତ ନଭେମ୍ବର ୯ ତାରିଖରେ ଅକ୍ଷୟଙ୍କ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ ରିଲିଜ୍ ହୋଇଛି। ଏହା ତାଙ୍କର ଏହି ବର୍ଷର ମୁକ୍ତିଲାଭ କରିଥିବା ଶେଷ ଚଳଚ୍ଚିତ୍ର ହୋଇପାରେ। ଏଣୁ ଏହା ସଫଳତା ହାସଲ କଲେ ୨ବର୍ଷରେ ୮ଟି ସୁପରହିଟ୍ ଚଳଚ୍ଚିତ୍ର ଦେଇ ସେ ରେକର୍ଡ କରିବେ।
ରେକର୍ଡ ଆଶାରେ ଅକ୍ଷୟ
/sambad/media/post_attachments/wp-content/uploads/2020/11/akshya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)