ମୁମ୍ବାଇ: ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଅନେକ ସମ୍ପର୍କ ‌ତିଆରି ହେବାର ଏବଂ ଭାଙ୍ଗିବାର ଆମେ ଦେଖିଛେ | ଏହି ବର୍ଷ ମଧ୍ୟ ଅନେକ ସମ୍ପର୍କ ଭାଙ୍ଗିଥିଲା | ଏବେ ବର୍ଷ ଶେଷ ହେବାକୁ ଥିବା ବେଳେ ଆଉ ଜଣେ କଳାକାର ଛାଡ଼ପତ୍ର ନେଉଥିବା ଜଣାଇଛନ୍ତି। ବର୍ତ୍ତମାନ ଧାରାବାହିକ 'ପାଣ୍ଡ୍ୟା ଷ୍ଟୋର'ର ଅଭିନେତା ଅକ୍ଷୟ ଖରୋଡିଆ ବିବାହର ୩ବର୍ଷ ପରେ ଛ‌ାଡ଼ପତ୍ର ନେଉଥବା ସାମ୍ନାକୁ ଆସିଛି। ଅକ୍ଷୟଙ୍କର ଦୁଇ ବର୍ଷର ଝିଅ ମଧ୍ୟ ଅଛି ।

Advertisment

ଶନିବାର ଦିନ ଧାରାବାହିକ 'ପାଣ୍ଡ୍ୟା ଷ୍ଟୋର'ରେ କାମ କରିଥିବା ଅଭିନେତା ଅକ୍ଷୟ ଖରୋଡିଆ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପତ୍ନୀ ଦିବ୍ୟାଙ୍କଠାରୁ ଅଲଗା ହେଉଥିବା ଘୋଷଣା କରି ତାଙ୍କ ପ୍ରଶଂସକ ଏବଂ ଫଲୋୟର୍ସଙ୍କୁ ଚକିତ କରିଥିଲେ।

ଅକ୍ଷୟ ଏକ ଲମ୍ବା ପୋଷ୍ଟ କରି ଲେଖିଥିଲେ , “ସମସ୍ତଙ୍କୁ ନମସ୍କାର, ଭାରି ହୃଦୟ ସହିତ, ମୁଁ ଏକ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ସୂଚନା ସେୟାର କରିବାକୁ ଚାହେଁ | ବହୁତ ଚିନ୍ତା କରିବା ସହ ଅସଂଖ୍ୟ ଭାବପ୍ରବଣ ବାର୍ତ୍ତାଳାପ ପରେ, ଦିବ୍ୟା ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ | ଏହା ଆମ ଦୁହିଁଙ୍କ ପାଇଁ ବହୁତ କଷ୍ଟଦାୟକ। ଦିବ୍ୟା ମୋ ଜୀବନର ଏକ ଅଂଶ ହୋଇସାରିଛନ୍ତି ଏବଂ ଆମେ ସେୟାର କରିଥିବା ପ୍ରତିଟି ମୂହୂର୍ତ୍ତ ସବୁବେଳେ ମୋ ପାଇଁ ମୂଲ୍ୟବାନ ହୋଇ ରହିବ। ମିଳିତ ଭାବରେ, ଆମେ ପାଇଥିବା ସବୁଠାରୁ ବଡ ଉପହାର ହେଉଛି ଆମର ଝିଅ ରୁହି, ଯିଏ ସର୍ବଦା ଆମ ଦୁନିଆର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ରହିବ। ଆମେ ଅଲଗା ହେଉଥିଲେ ବି ରୁହିର ଲାଳନପାଳନ ଦୁହେଁ ମିଶି କରିବୁ।"