ଡିମ୍ପଲ୍‌ ଭାବୁଥିଲେ ଅକ୍ଷୟ କୁମାର ଜଣେ ସମଲିଙ୍ଗୀ

ଅକ୍ଷୟ କୁମାର ଜଣେ ସମଲିଙ୍ଗୀ ବୋଲି ତାଙ୍କ ଶାଶୁ ଡିମ୍ପଲ କାପାଡ଼ିଆ ଭାବୁଥିଲେ। ‘କଫି ୱିଥ୍‌ କରନ୍‌’ ଟକ୍‌ ସୋ’ରେ ଯୋଗ ଦେଇ ଅକ୍ଷୟ କୁମାର ଓ ଟ୍ବାଙ୍କିଲ୍ ଖାନା ଏହି କଥା ଉପରୁ ପରଦା ହଟାଇଛନ୍ତି। କରନ୍‌ ଜୋହର ଯେତେବେଳେ ଟ୍ବିଙ୍କିଲ୍‌ଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ, ଟ୍ବିଙ୍କିଲ୍‌ ଏହି କଥାର ଉନ୍ମୋଚନ କରିଥିଲେ। ସେ କହିଥିଲେ, ଥରେ ଆମେ ଘର ବାଲ୍‌କୋନିରେ ବସିଥିଲୁ। ଅକ୍ଷୟ କୁମାର ଘର ଭିତରେ ଡିମ୍ପଲ୍‌ଙ୍କର ଜଣେ ବନ୍ଧୁଙ୍କୁ ଆକ୍ୟୁପ୍ରେସର୍‌ ଦେଉଥିଲେ।

ସେତେବେଳେ ଡିମ୍ପଲ୍‌, ଟ୍ବିଙ୍କିଲ୍‌ଙ୍କୁ କହିଥିଲେ ଅକ୍ଷୟ ଗଲାପରେ ମୁଁ ତାଙ୍କ ବିଷୟରେ ଗୋଟେ କଥା କହିବି। ଟ୍ବିଙ୍କଲ୍‌ ବହୁତ ବାଧ୍ୟ କଲାପରେ ଡିମ୍ପଲ୍‌ କହିଥିଲେ, ମୋର ଜଣେ ସାଙ୍ଗ କହୁଥିଲେ ଅକ୍ଷୟ ଜଣେ ସମଲିଙ୍ଗୀ ବୋଲି। ଏହାପରେ ଡିମ୍ପଲ୍‌, ଅକ୍ଷୟ ଓ ଟ୍ବିଙ୍କିଲ୍‌ଙ୍କ ବିବାହ ବିପକ୍ଷରେ ଥିଲେ। ଉଭୟ ଏକାସଙ୍ଗେ ଖୁସିରେ ରହିବେ ଓ ଏକ ସଫଳ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ସେ ବିଶ୍ବାସ ଡିମ୍ପଲଙ୍କର ନଥିଲା। ପରେ ଡିମ୍ପଲ୍‌ ଉଭୟଙ୍କ ପାଇଁ ଏକ ସର୍ତ୍ତ ରଖିଥିଲେ। ବିବାହ ପୂର୍ବରୁ ଉଭୟ ଏକାସଙ୍ଗେ ୧ ବର୍ଷ ରହିପାରିଲେ ବିବାହ ହେବ ବୋଲି ଡିମ୍ପଲ ସର୍ତ୍ତ ରଖିଥିଲେ।

ସମ୍ବନ୍ଧିତ ଖବର