ଲାଲକିଲ୍ଲାରେ ସୁଟିଂ କରିବେ ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ

ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଓ ଅନନ୍ୟା ପାଣ୍ଡେ ସେମାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସୁଟିଂ ନିମନ୍ତେ ଅନେକ ସପ୍ତାହ ହେଲା ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। କିରଣ ସିଂହ ତ୍ୟାଗୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସି ଶଙ୍କରନ ନାୟାର ବା‌ୟୋପିକ୍ ଲାଗି ସେମାନେ ଆଉ କିଛିଦିନ ଦିଲ୍ଲୀରେ ରହିବେ।

ଏଥି ପୂର୍ବରୁ ଚଳିତ ସପ୍ତାହରେ ଅକ୍ଷୟ-ଅନନ୍ୟାଙ୍କୁ ପୁରୁଣା ଦିଲ୍ଲୀର ଜାମା ମସଜିଦରେ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା। ଚାରିଦିନ ପାଇଁ ଦୁହେଁ ତାଙ୍କ ଫିଲ୍ମ ଟିମ୍ ସହ ହରିୟାଣା ଯାଇଛନ୍ତି। ଦିଲ୍ଲୀରେ ଉଭୟଙ୍କର ଦୀର୍ଘ ସୁଟିଂ କାର୍ଯ୍ୟକ୍ରମ ରହିଛି। ଗତକାଲି ପୁରୁଣା ଦିଲ୍ଲୀରେ ଦୁହେଁ ଫିଲ୍ମର ଏକ ଛୋଟିଆ ଅଂଶ ପାଇଁ ସୁଟିଂ କରିଥିଲେ। ଆଜି ସେମାନେ ହରିୟାଣାର ରେୱାଡ଼ି ଜିଲ୍ଲାକୁ ଯାଇଛନ୍ତି। ସେମାନେ ରେୱାଡ଼ି ରେଳ ଷ୍ଟେସନ ଓ ରେୱାଡ଼ି ହେରିଟେଜ ମ୍ୟୁଜିୟମରେ ସୁଟିଂ କରିବେ। ସେଠାରୁ କାମ ସରିଲେ ସେମାନେ ପୁଣି ଦିଲ୍ଲୀ ଫେରି ଜୁନ୍ ୨୨-୨୩ ଯାଏ ରହିବେ। ଦିଲ୍ଲୀର ଲାଲକିଲ୍ଲା, ସୁନ୍ଦର ନର୍ସରି ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ସେମାନେ ସୁଟିଂ କରିବେ ବୋଲି ତାଙ୍କ ଫିଲ୍ମ ଟିମ୍ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର