ଜନ୍ମଦିନ ପାର୍ଟି ସାରି ଘରକୁ ଫେରୁଥିଲେ ଅକ୍ଷୟ କୁମାର, କିନ୍ତୁ ପାର୍କିଂରେ ପହଞ୍ଚିବା ପରେ ଘଟିଲା ଏପରି 

ମୁମ୍ବାଇ : ଅକ୍ଷୟ କୁମାର ଶନିବାର ରାତିରେ ନିଜର ୫୧ତମ ଜନ୍ମଦିନ ପାଳନ କରିଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ ପତ୍ନୀ ଟ୍ଵିଙ୍କିଲଙ୍କ ସମେତ ଅନ୍ୟ ୫ ଜଣ ବନ୍ଧୁ ବିବି ଦେଓଲ,ତାନ୍ୟା ଦେଓଲ,ଫରହା ଖାନ୍‌,ସନ୍ନି ଦିଓ୍ଵାନ ଏବଂ ଅନୁ ଦିଓ୍ଵାନଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ଜନ୍ମଦିନ ପାଳନ କରି ବାହାରକୁ ଆସିବା ପରେ କିଛି ଏପରି ଘଟଣା ଘଟିଥିଲା, ଯାହାକୁ ଦେଖି ତାଙ୍କ ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପାର୍କିଂରେ ପହଞ୍ଚିବା ପରେ ଅକ୍ଷୟ ତାଙ୍କ କାର୍‌କୁ ଚିହ୍ନି ପାରି ନ ଥିଲେ ।

ସେଠାରେ ପାର୍କ ହୋଇଥିବା ସବୁ କାର୍‌ ଦେଖି ମୋ ଗାଡ଼ି କେଉଁଠି ବୋଲି ବିବି ଦେଓଲଙ୍କୁ ପଚାରିବାକୁ ଲାଗିଥିଲେ । ସେ ନିଜ ସାଙ୍ଗଙ୍କ ଗାଡ଼ିକୁ ନିଜ ଗାଡ଼ି ବୋଲି ଭାବି ନେଇଥିଲେ । କିନ୍ତୁ ପରେ ତାଙ୍କର ଦ୍ୱନ୍ଦ୍ୱ ଦୂର ହୋଇଥିଲା ।ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର